July 27, 2024

ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

1 min read

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି। ମାଓବାଦୀମାନେ ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି। କନ୍ଧମାଳର କୋଟଗଡ଼ ଥାନା ଅନ୍ତର୍ଗତ ବାଡ଼ିପାଙ୍ଗା ଗାଁରେ ଏହି ଘଟଣା ଘଟିଛି। ମଙ୍ଗଳବାର ଗାଁ ନିକଟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ତେବେ ଯୁବକ ଜଣକ ବାଡ଼ିପାଙ୍ଗା ‌ଗାଁର ମେଟଲା ରୋହିତ। ଶନିବାର ରାତିରେ ପ୍ରାୟ ୧୫ ଜଣ ସଶସ୍ତ୍ର ମାଓବାଦୀ ତାଙ୍କୁ ଘରୁ ଅପହରଣ କରିନେଇଥିଲେ। ଘର ଲୋକେ ତାଙ୍କର କୌଣସି ସନ୍ଧାନ ପାଇନଥିଲେ।ମଙ୍ଗଳବାର ସକାଳେ ରୋହିତଙ୍କ ମୃତଦେହ ‌ଗାଁ ନିକଟସ୍ଥ ଅଙ୍ଗନୱାଡି କେନ୍ଦ୍ର ନିକଟରେ ପଲିଥିନରେ ଗୁଡ଼ା ହୋଇ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ। ମୃତ ଦେହ ନିକଟରେ ମାଓବାଦୀଙ୍କ ଏକ ଚିଠି ମଧ୍ୟ ରହିଥିଲା। ଏହାପରେ ଲୋକମାନେ ପୋଲିସକୁ ଖବର ଦେଇଥିଲେ।

ହତ୍ୟାର ଖବର ମିଳିବା ପରେ କନ୍ଧମାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ପୋଲିସ ପକ୍ଷରୁ ଘଟଣା ବାବଦରେ କିଛି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରାଯାଇଥିଲା। ପୋଲିସ କର୍ମୀ ମୃତଦେହକୁ ନିଜ ହେପାଜତକୁ ନେଇ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ତଦନ୍ତ ପରେ ଏହି ଘଟଣାର ଅଧିକ ତଥ୍ୟ ସାମ୍ନାକୁ ଆସିବ। ତେବେ ମାଓବାଦୀଙ୍କ ଏହି ବର୍ବର କାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

Leave a Reply

Your email address will not be published. Required fields are marked *