ତହସିଲ ରାସ୍ତାରେ ୨୧ କିଲୋ ଗଞ୍ଜେଇ ଜବତ
1 min read
ହାଟଡିହି: ନନ୍ଦିପଦା ପୁଲିସର ବଡ଼ସଫଳତା। ପୁଲିସ ପେଟ୍ରୋଲିଙ୍ଗ ବେଳେ ହାଟଡିହି ତହସିଲ ରାସ୍ତାରେ ୨୧ କିଲୋ ଗଞ୍ଜେଇ ଜବତ କରିବା ସହିତ ତିନି ଜଣଙ୍କୁ ଗିରଫ କରିଛି। ଏହି ରାସ୍ତା ଦେଇ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ନନ୍ଦିପଦା ପୁଲିସ ଗତକାଲି ରାତିରେ ଏହି ରାସ୍ତାରେ ଛକି ରହିଥିଲା। ସ୍କୁଟି ଯୋଗେ ଗଞ୍ଜେଇ ନେଇ ଯାଉଥିବା ବେଳେ ଜଣେ ଯୁବକକୁ ଧରିଥିଲା।
ଥାନାରେ ମାମଲା ରୁଜୁ
ଉକ୍ତ ଯୁବକର ବୟାନ ଆଧାରରେ ଏହି କାରବାରରେ ସମ୍ପୃକ୍ତ ଆଉ ୨ ଜଣଙ୍କୁ ଧରି ସେମାନଙ୍କ ନିକଟରୁ ୩ ଲକ୍ଷ ୯୩ ହଜାର ଟଙ୍କା, ୭୦ଗ୍ରାମ ସୁନା ଅଳଙ୍କାର, ୨୬୦ଗ୍ରାମ ରୁପା ଅଳଙ୍କାର ଓ ଏକ ଇଲେକଟ୍ରିକ ଭେଇକିଲ ଜବତ କରିଛି ପୁଲିସ। ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ଏସଡିପିଓ ପ୍ରେସ ମିଟ କରି ସୂଚନା ଦେଇଛନ୍ତି।


