ପୁଣି ରାଜାଚକ୍ରଙ୍କ ଘରେ ପଶିଲା ଇଓଡବ୍ଲୁ (EOW)
1 min read
କେନ୍ଦୁଝର: ପୁଣି ରାଜାଚକ୍ରଙ୍କ ଘରେ ପଶିଲା ଇଓଡବ୍ଲୁ (EOW)।, ନୁନୁଝରଣ କ୍ରସର ମାମଲାରେ ରାଜା ଚକ୍ର ଏବଂ ତାଙ୍କର ସହଯୋଗୀ ସଦାଶିବ ସାମଲଙ୍କ କେନ୍ଦୁଝର ସହରସ୍ଥିତ ଘରେ EOWର ଏକକାଳୀନ ଚଢ଼ାଉ ଜାରି। ଆଜି ସକାଳୁ EOWର ଦୁଇଟି ଟିମର ମିଳିତ ଚଢ଼ାଉ।
ଜୋରଜବରଦସ୍ତ କବଜା କରିଛନ୍ତି ରାଜା ଚକ୍ର ଏବଂ ସଦାଶିବ ସାମଲ
କେନ୍ଦୁଝର ନୁନୁଝରଣରେ ଥିବା ଏକ କ୍ରସରକୁ ରାଜା ଚକ୍ର ଏବଂ ସହଯୋଗୀ ସଦାଶିବ ସାମଲ ଜୋରଜବରଦସ୍ତ କବଜା କରିଥିବାବେଳେ ସେମାନଙ୍କ ନାମରେ କରେଇ ପ୍ରକୃତ ମାଲିକଙ୍କୁ ଟଙ୍କା ଦେଇନଥିବା ନେଇ EOWରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ କିଛିଦିନ ପୂର୍ବରୁ ଉକ୍ତ କ୍ରସରରେ EOW ଚଢ଼ାଉ କରିଥିବା ବେଳେ ଆଜି ଉଭୟଙ୍କ ଘରେ ଚଢ଼ାଉ କରିଛି।


