ଆନ୍ଧ୍ରରେ ଏନ୍ଡିଏର ବଡ଼ ବିଜୟ
1 min read
ବିଶାଖାପାଟଣା: ଆନ୍ଧ୍ରପ୍ରଦେଶରେ ପୌର ନିର୍ବାଚନରେ ଶାସକ ତେଲୁଗୁ ଦେଶମ ପାର୍ଟି (ଟିଡିପି) ନେତୃତ୍ୱାଧୀନ ମେଣ୍ଟ ରାଜ୍ୟରେ ୧୩ଟି ନଗର ନିଗମ ମଧ୍ୟରୁ ୯ଟିରେ ବିଜୟୀ ହୋଇଛି। ଏଥିରେ ଶ୍ରୀକାକୁଲମ ନଗର ନିଗମ ଓ ଅମଦାଲାଭଲସା ପୌରପାଳିକାକୁ ବାଦ୍ ଦିଆଯାଇଛି। କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଏହି ଦୁଇଟି ପୌରପାଳିକାରେ ନିର୍ବାଚନ ହୋଇପାରିନଥିଲା। ନେଲିମାର୍ଲା ଓ ସାଲୁରରେ ଟିଡିପିର ବିଦ୍ରୋହୀ ପ୍ରାର୍ଥୀମାନେ ଅଧ୍ୟକ୍ଷ ପଦ ଜିତିଛନ୍ତି। ଏହାବ୍ୟତୀତ ମେଣ୍ଟ ୮୬ଟି ପୌରପାଳିକା ଓ ନଗର ପଞ୍ଚାୟତ ମଧ୍ୟରୁ ୭୫ଟି ଦଖଲ କରିଛି।
ଟିଡିପି ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ବୃହତ ବିଶାଖାପାଟଣା ମହାନଗର ନିଗମ (ଜିଭିଏମ୍ସି) ନିର୍ବାଚନରେ ବୃହତ୍ ବିଜୟ ହାସଲ କରିଛି। ଏନ୍ଡିଏ ମେଣ୍ଟ ଏଠାରେ ୧୨୦ ଆସନରୁ ୯୮ଟି ବିଜୟୀ ହୋଇଛି। ଟିଡିପି ୬୪ଟି ୱାର୍ଡ ସହିତ ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଛି, ଏହାର ମେଣ୍ଟ ସହଯୋଗୀ,…
ତେବେ ୱାଇଏସ୍ଆର୍ସିପିରେ ନିର୍ବାଚନରେ ଜାଲିଆତି ହୋଇଥିବା ଅଭିଯୋଗ କରିଛି। ବୁଧବାର ସକାଳେ ମିଳିଥିବା ନିର୍ବାଚନ ଫଳାଫଳ ଅନୁଯାୟୀ, ଅଧିକାଂଶ ପୌରପାଳିକାରେ ଟିଡିପି ନେତୃତ୍ୱାଧୀନ ମେଣ୍ଟ ବିରୋଧୀ ଦଳ ଉପରେ ବିଜୟୀ ହୋଇଛି। ଏହି ମେଣ୍ଟ ଛଅଟି ପୌରପାଳିକାରେ ମଧ୍ୟ ଆଗୁଆ ଥିଲା। ଏହି ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀଙ୍କ ଦଳ ୱାଇଏସ୍ଆର୍ସିପିକୁ କଡପା ଜିଲ୍ଲାରେ ସବୁଠାରୁ ବଡ଼ ଝଟକା ଲାଗିଛି। ଜିଲ୍ଲାର ୨୭୯ ପୌର ୱାର୍ଡ ମଧ୍ୟରୁ ୱାଇଏସ୍ଆର୍ସିପି ମାତ୍ର ୭ଟି ଆସନ ଜିତିଛି। ଅନ୍ୟପକ୍ଷରେ ଟିଡିପି ନେତୃତ୍ୱାଧୀନ ମେଣ୍ଟ ୬ଟି ପୌରପାଳିକା ନିର୍ଦ୍ୱନ୍ଦ୍ୱରେ ଜିତିଛି।


