July 27, 2024

ପଦମପୁରରେ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

1 min read

ପଦମପୁର: ପଦମପୁର ପହଞ୍ଚିଲେ ବିଜେଡି ରେ ନେତା କାର୍ତିକ ପାଣ୍ଡିଆନ ସେଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ ବିକାଶର ହିସାବ ଦେଇଥିଲେ | ଭୋଟ ପାଇଁ ଅପିଲ କରିଥିଲେ ଏବଂ ଡବଲ ଶଙ୍ଖରେ ଭୋଟ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରନ୍ତୁ ବୋଲି କହିଥିଲେ
ବିରୋଧୀ ଦଳ ଉପରେ ପ୍ରଚଣ୍ଡ ଆକ୍ରମଣ କରଥିଲେ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିକାଶ ବିରୋଧୀଙ୍କୁ ଜବାବ ଦିଅନ୍ତୁ ବୋଲି ଆହ୍ୱାନ କରିଥିଲେ ସେ କିପରି ପଦମପୁରକୁ ଜିଲ୍ଲା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କୁ ଚକ୍ରାନ୍ତକାରୀ ଗୋଷ୍ଠୀ ତାକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି ଏବଂ କୋର୍ଟରେ କେସ୍‌ କରି ଆପଣମାନଙ୍କ ହକ୍‌କୁ ଛଡାଇନେବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସେ ଯାହା କଲେ ବି ସଫଳ ହେବେ ନାହିଁ, ଆମେ ସବୁଠି ଲଢି ପଦମପୁରକୁ ଜିଲ୍ଲା କରିବୁ ବୋଲି ପ୍ରତିଶୃତି ଦେଇଥିଲେ
କେନ୍ଦ୍ରମନ୍ତ୍ରୀ ଆସି ଏଠାରେ ଏକ୍‌ସପ୍ରେସ୍‌ର ଟ୍ରେନର ସୁବିଧା ଦେବୁ ବୋଲି କହିଥିଲେ ହେଁ ତାହା ହେଇପାରିନାହିଁ ଓ କେଉଁଠି ରେଲୱେ ଜଙ୍କସନ୍‌ କୁନେଇ ପ୍ରଶ୍ନ କରିଥିଲେ |ଚାଷୀମାନଙ୍କ ଫସଲ ବୀମା ପାଇଁ କେନ୍ଦ୍ର ସରକାର ପ୍ରିମିଅମ ମାଗୁଛି ନବୀନ ସରକାର ଚାଷୀଙ୍କ ପାଇଁ ପ୍ରିମିଅମ ଦେଇ ଆପଣମାନଙ୍କ ବୋଝ ହାଲ୍‌କା କରିଛନ୍ତି।କେନ୍ଦ୍ରମନ୍ତ୍ରୀ ଫସଲ ବୀମାକୁ ସରଳ କରିବେ ବୋଲି ପ୍ରତିଶୃତି ଦେଇଥିଲେ, ଚାଷୀଙ୍କ ପାଇଁ ବହୁତ କୁମ୍ଭୀର କାନ୍ଦଣା କାନ୍ଦିଲେ, କିଛି କାରନାହନ୍ତି ବୋଲି କହିଥିଲେ
କେନ୍ଦୁପତ୍ର ତୋଳାଳୀ ମାନଙ୍କ ପାଇଁ GST ଉଠାଇବାକୁ ନବୀନ ବାବୁ ବହୁତ ଥର କେନ୍ଦ୍ରକୁ ଅନୁରୋଧ କରିଛନ୍ତି, କିନ୍ତୁ ସେମାନେ ଉଠାଇଲେ ନାହିଁ, ନବୀନ ବାବୁ କିନ୍ତୁ କେନ୍ଦୁପତ୍ର ଉପରେ GST ଉଠାଇଦେଲେ, ବୋନସ ମଧ୍ୟ ୨୫ ରୁ ବଢାଇ ୫୦ ପ୍ରତିଶତ କଲେ, ସାରା ଦେଶରେ କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ସବୁଠାରୁ ଅଧିକ ବୋନସ ଦେଉଛନ୍ତି ନବୀନ ସରକାର ।ମା ସମଲେଇଙ୍କ ପ୍ରକଳ୍ପକୁ ମଧ୍ୟ ବନ୍ଦ କରିବାକୁ ଚେଷ୍ଟା କରିଥିଲେ, ଗୋଟିଏ ଗରିବ ଲୋକ ଜରିଆରେ ସୁପ୍ରିମ କୋର୍ଟ ରେ କେସ୍‌ କଲେ, ସେଠାରେ ସୁପ୍ରିମ କୋର୍ଟ ଓକିଲଙ୍କ ଫିସ୍‌ ହେଉଛି ୩୦ ଲକ୍ଷ ଟଙ୍କା, ଆପଣ ଜାଣନ୍ତୁ ଚକ୍ରାନ୍ତ କିଏ କରିଥିଲା।ନବୀନ ବାବୁ ସୁପ୍ରିମ କୋର୍ଟରେ ଲଢି ପ୍ରକଳ୍ପ କଲେ, ଆଜି ସେମାନେ ଯାଇକି ମା’ଙ୍କ ଦର୍ଶନ କରୁଛନ୍ତି।ଜଗନ୍ନାଥ ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପ ବନ୍ଦ କରିବା ପାଇଁ ସେମାନେ ହାଇକୋର୍ଟ ସୁପ୍ରିମକୋର୍ଟ ସବୁଠି କେସ୍‌ କରିଛନ୍ତି, କିନ୍ତୁ ସଫଳ ହେଲେନି
ବିଜୁ ଏକ୍‌ସପ୍ରେସ ୱେ ଯୋଗୁ ସବୁଠାରୁ ଅଧିକ ଲାଭା ପାଇବ ପଦମପୁର ସବ୍‌ଡିଭିଜନ ପଡୋଶୀ ଛତିଶଗଡରେ ଆଜି ପର୍ଯ୍ୟନ୍ତ ନକ୍‌ସଲ ସମସ୍ୟା ଅଛି, ଡବଲ ଇଞ୍ଜିନ ସରକାର କିଛି କରାପାରୁନି, ଏବେ ବି ଅଶାନ୍ତ, କିନ୍ତୁ ଓଡିଶାରେ ନବୀନ ଇଞ୍ଜିନ ସରକାର ବିକାଶ ଜରିଆରେ ନକ୍‌ସଲ ସମସ୍ୟା ଦୂର କରିଛନ୍ତି, ଓଡିଶାରେ ଶାନ୍ତି ଅଛି |ନବୀନ ସରକାର ପ୍ରତି ପଞ୍ଚାୟତକୁ କୋଟିଏ ଟଙ୍କା ଲେଖାଏ ଦେଉଛନ୍ତି, ସାରା ଭାରତରେ ପଞ୍ଚାୟତକୁ ସବୁଠାରୁ ଅଧିକ ଟଙ୍କା ଦେଉଛନ୍ତି ନବୀନ ସରକାର ପାଇକମାଳ NAC ହେଲା, PHC କୁ CHC କରାଗଲା
ଏଠାରେ ଦୁଇ ଭଉଣୀ ପରିଣୀତା ମିଶ୍ର ଲୋକସଭା ଓ ବର୍ଷାସିଂ ବରିହା ବିଧାନ ସଭା ପାଇଁ ଛିଡା ହୋଇଛନ୍ତି, ସେମାନେ ଆପଣମାନଙ୍କ ସେବା ପାଇଁ ଆସିଛନ୍ତିଡବଲ ଶଙ୍ଖରେ ଭୋଟ ଦେଇ ସେମାନଙ୍କୁ ଜିତାନ୍ତୁ ଓ ନବୀନ ପଟ୍ଟନାୟକଙ୍କ ବିକାଶ ପ୍ରକ୍ରିୟା ରେ ସାମିଲ ହୁଅନ୍ତୁ ବୋଲି କହିଥିଲେ

Leave a Reply

Your email address will not be published. Required fields are marked *