July 27, 2024

ଓଡ଼ିଶାରେ ପୁଣି ଫେରିଛି ହିଟୱେଭ୍

1 min read

CREATOR: gd-jpeg v1.0 (using IJG JPEG v62), quality = 82

ଭୁବନେଶ୍ବର : କିଛିଦିନ ପରେ ଓଡ଼ିଶାରେ ପୁଣି ଫେରିଛି ହିଟୱେଭ୍। ଶନିବାର ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବଢ଼ିବା ସହ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ମେ’ ୨୦ ଓ ୨୧ ତାରିଖରେ ହିଟୱେଭ୍ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ଶନିବାର ସକାଳ ୮ଟା ୩୦ରେ ଭୁବନେଶ୍ୱରରେ ତାପାମାତ୍ରା ୩୪.୬ ଡିଗ୍ରୀ ରେକର୍ଡ ହୋଇଛି ଏବଂ ଆର୍ଦ୍ରତା ୬୭ ପ୍ରତିଶତ ରହିଛି। ସେହିପରି ପୁରୀର ୩୪.୪ ଡିଗ୍ରୀ, ବାଲେଶ୍ୱର ଓ ଚାନ୍ଦବାଲିରେ ୩୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ମେ’ ୨୦ ତାରିଖରେ ଓଡ଼ିଶାର ୧୦ଟି ଜିଲ୍ଲାକୁ ହିଟୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେଗୁଡ଼ିକ ମଧ୍ୟରେ କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗିର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ସାମିଲ ରହିଛି।ସେହିପରି ମେ’ ୨୧ ତାରିଖରେ କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗିର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳ ଭଳି ୧୪ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।ଏବେ ଓଡ଼ିଶାକୁ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ଓ ଉତ୍ତପ୍ତ ବାୟୁ ପ୍ରବେଶ ସହ ତାପମାତ୍ରା ବଢ଼ୁଥିବା ଦେଖିବାକୁ ମିଳୁଛି। ହେଲେ ଉପକୂଳବର୍ତ୍ତୀ ଜିଲ୍ଲାରେ ଆର୍ଦ୍ରତା ରହିବାରୁ ଅଧିକ ଗୁଳୁଗୁଳି ଅନୁଭୂତ ହେଉଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *