July 27, 2024

ମୋଦୀଙ୍କ ଫୋକସ୍ ରେ ଓଡିଶା

1 min read

ଭୁବନେଶ୍ଵର:୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ମେ ୧୯ରେ ମୋଦି ଭୁବନେଶ୍ୱରରେ ପହଞ୍ଚିବେ।
୨୦ ତାରିଖ ସକାଳ ୮ଟାରେ ପୁରୀ ଯିବେ। ସେଠାରେ ମହାପ୍ରଭୁଙ୍କ କରିବା ପରେ ପୁରୀରେ ରୋଡ ମେଗା ରୋଡ ଶୋ’ କରିବେ। ପୁରୀ ରୋଡ ଶୋ’ ପରେ ସକାଳ ସାଢ଼େ ୯ଟାରେ ଅନୁଗୋଳରେ ସଭା ପରେ କଟକ କିଲା ପଡ଼ିଆରେ ସାଢ଼େ ୧୧ରେ ମୋଦିଙ୍କ ଜନସଭାକୁ ସଭାକୁ ସମ୍ବୋଧିତ କରିବେ ବୋଲି ଶନିବାର ଭାଜପା ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।ମୋଦୀଙ୍କ ଫୋକସ୍ ରେ ଓଡିଶା। । ତେବେ ରବିବାର ସନ୍ଧ୍ୟାରେ ମୋଦି ଭୁବନେଶ୍ଵରରେ ପହଞ୍ଚିବା ପରେ ସେହିଦିନ ରାତିରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକରେ ଯୋଗଦେବେ। ଚଳିତ ନିର୍ବାଚନକୁ ନେଇ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦି। ଚଳିତ ନିର୍ବାଚନରେ ପ୍ରଚାର ଲାଗି ମୋଦି ଏହାକୁ ମିଶାଇ ତୃତୀୟଥର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି।

Leave a Reply

Your email address will not be published. Required fields are marked *