July 27, 2024

ନବୀନ ନିବାସରେ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ବୈଠକ : ସାଙ୍ଗଠନିକ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବାକୁ ସୁପ୍ରିମୋଙ୍କ ତତ୍ପରତା

1 min read

ଭୁ‌ବନେଶ୍ବର: ନବୀନ ନିବାସରେ ସୋମବାର ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକଙ୍କର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ‌ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି। ସାଙ୍ଗଠନିକ ପ୍ରକ୍ରିୟାକୁ ଆହୁରି ଅଧିକ ଶାଣିତ କରିବାକୁ ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକ ପରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ସାଙ୍ଗଠନିକ ପ୍ରକ୍ରିୟାକୁ ଆହୁରି ଅଧିକ ଶାଣିତ କରିବାକୁ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସମେତ ଦଳର ଛାମୁଆ ନେତାଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସାଂଗଠନ ବିଷୟରେ ବିସ୍ତୃତ ଆଲୋଚନା ହୋଇଛି । ଦଳର କାର୍ଯ୍ୟକ୍ରମ କେମିତି ଆଗକୁ ନିଆଯିବ ଓ କେମିତି ତାକୁ ଆହୁରି ଶାଣିତ କରାଯିବ ସେ ନେଇ ଆଲୋଚନା ହୋଇଛି। ପଦଯାତ୍ରା ଭଳି ବିଭିନ୍ନ କାର୍ଯ୍ୟକ୍ରମର ରୋଡ଼ମ୍ୟାପ ପ୍ରସ୍ତୁତ ହୋଇଛି। କିଛି ଫିଡବ୍ୟାକ ବି ନେଇଛନ୍ତି ମୁଖ୍ୟମନ୍ତ୍ରୀ। ପର୍ଯ୍ୟବେକ୍ଷକଙ୍କ ବୈଠକ ପ୍ରତି ଦୁଇ ମାସରେ ଅନୁଷ୍ଠିତ ହୋଇଥାଏ। ସମସ୍ତ କାର୍ଯ୍ୟକ୍ରମର ରୂପରେଖ ନିର୍ଧାରଣ କରିବେ ମୁଖ୍ୟମନ୍ତ୍ରୀ। ବୈଠକରେ ସବୁ ଜିଲ୍ଲାର ପର୍ଯ୍ୟବେକ୍ଷକମାନେ ଯୋଗ ଦେଇଥିଲେ।

ଏହି ବୈଠକରେ ଦଳର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଦୀପ ଅମାତ,ପ୍ରମିଳା ମଲ୍ଲିକ, ଅରୁଣ ସାହୁ, ପ୍ରତାପ ଜେନା, ପ୍ରଣବ ପ୍ରକାଶ ଦାସ, ସାରଦା ନାୟକ, ଅତନୁ ସବ୍ୟସାଚୀ ନାୟକ, ପ୍ରଶାନ୍ତ ମୁଦୁଲି,ପ୍ରଣବ ବଳବନ୍ତ ରାୟ,ମାନସ ମଙ୍ଗରାଜ,ପ୍ରଫୁଲ୍ଲ ମଲ୍ଲିକ,ଅମରେଶ ଜେନା, ଶର୍ମିଷ୍ଠା ସେଠୀ,ଦେବୀ ରଞ୍ଜନ ତ୍ରିପାଠୀ,ଈଶ୍ୱର ପାଣିଗ୍ରାହୀ,ପ୍ରୀତିରଞ୍ଜନ ଘଡାଇ,ରବୀନ୍ଦ୍ର ଜେନା,ସୁଧୀର ସାମଲ,ବ୍ୟୋମକେଶ ରାୟ,ପଦ୍ମନାଭ ବେହେରା, ଦେବେଶ ଆଚାର୍ଯ୍ୟ,ଦିବ୍ୟଶଙ୍କର ମିଶ୍ର, ସସ୍ମିତ ପାତ୍ରଙ୍କ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *