July 27, 2024

ଆଗାମୀ ୩ ବର୍ଷରେ ୫ ଲକ୍ଷରୁ ଅଧିକ ଉଦ୍ୟମୀଙ୍କୁ ଡିଜିଟାଲ ମାର୍କେଟିଂ ଦକ୍ଷତା ପ୍ରଦାନ କରାଯିବ: ଧର୍ମେନ୍ଦ୍ର

1 min read

ଭୁବନେଶ୍ୱର: ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଶିକ୍ଷା ମନ୍ତ୍ରଣାଳୟ, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଓ ଅଗ୍ରଣୀ ଟେକ୍ନୋଲୋଜି କମ୍ପାନି ମେଟା ମଧ୍ୟରେ ତିନି ବର୍ଷିଆ ସହଭାଗୀତା ‘ଶିକ୍ଷାରୁ ଉଦ୍ୟମିତା: ଏକ ପିଢିର ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଉଦ୍ୟମିତାଙ୍କୁ ସଶକ୍ତିକରଣ କରିବା ଇନିସିଏଟିଭକୁ ଲୋକାର୍ପଣ କରିଛନ୍ତି।

ଏହି ଅବସରରେ ରାଷ୍ଟ୍ରୀୟ ଉଦ୍ୟମିତା ଏବଂ ଲଘୁ ବ୍ୟବସାୟ ସଂସ୍ଥା(ଏନଆଇଇଏସବିୟୁଡି), ଅଖିଳ ଭାରତୀୟ ବୈଷୟିକ ପରିଷଦ(ଏଆଇସିଟିଇ) ଏବଂ ସିବିଏସଇ ମଧ୍ୟରେ ତିନୋଟି ପୃଥକ ପୃଥକ ଲେଟର ଅଫ୍ ଇଣ୍ଟେଣ୍ଟ୍ ସ୍ୱାକ୍ଷର ହୋଇଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଭାରତକୁ ବିଶ୍ୱର ଦକ୍ଷତା ରାଜଧାନୀ ପ୍ରସ୍ତୁତ କରିବା ସହ ଭାରତର ଅମୃତ ପିଢିଙ୍କୁ ସଶକ୍ତ କରିବାରେ ଆଉ ଏକ ନୂଆ ପଦକ୍ଷେପ । ‘ଶିକ୍ଷାରୁ ଉଦ୍ୟମିତା’ ଏକ ଗେମ ଚେଞ୍ଜର। ଏହା ଡିଜିଟାଲ କୌଶଳକୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ନେବ । ଭାରତରେ ଥିବା ପ୍ରତିଭା ଭଣ୍ଡାରର କ୍ଷମତା ବୃଦ୍ଧି କରିବ। ଛାତ୍ରଛାତ୍ରୀ, ଯୁବବର୍ଗ, ମାନବ ସମ୍ବଳ, ଲଘୁ ଉଦ୍ୟୋଗୀଙ୍କୁ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ସହ ନିରନ୍ତର ଯୋଡି ରଖିବ। ଅମୃତ ପିଢିଙ୍କୁ ଆଗାମୀ ଭବିଷ୍ୟତର ସମସ୍ୟାର ସମାଧାନର ସୂତ୍ରଧର ହେବେ ଏବଂ ଉଦ୍ୟମୀ ଭାବରେ ପରିଣତ କରିବ।

Leave a Reply

Your email address will not be published. Required fields are marked *