February 12, 2026

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ୪ଗୁରୁତର

1 min read

ଗଁଦିଆ: ଢେଙ୍କାନାଳ ଜିଲ୍ଲା ଗଁଦିଆ ଅଞ୍ଚଳର ଭେଟେନାରି ଛକ ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୪ଜଣ ଗୁରୁତର ଭାବରେ ଆହତ ହୋଉଥିବା ସ୍ଥଳେ ଅନ୍ୟ ୩ଜଣ ଆହତ ହୋଇଥିବାର ଜଣାଯାଏ। ବର୍ତମାନ ଆହତମାନଙ୍କୁ ସ୍ଥାନୀୟ ଶ୍ରୀରାଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଚିକିତ୍ସା ଚାଲିଛି l ଗୁରୁତରମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା ଚାଲିଛିl