Categories

February 9, 2026

ହାତୀଦାନ୍ତର ଡିଲ୍‌ ପୂର୍ବରୁ ଗିରଫ

1 min read

ବାରିପଦା: ହାଡ଼କୁ ଦାନ୍ତ କହି ବିକିବାକୁ ଗରାଖ ଖୋଜୁଥିଲେ ଦୁଇ ଧୃତ। ଏହି ଖବର ବନବିଭାଗକୁ ମିଳିବା ପରେ ଗରାଖ ସାଜି ଏହି ଦୁଇ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାରିପଦା ବନ ବିଭାଗ। ସେମାନେ ହେଲେ ବାଲଢିଆ ଅଞ୍ଚଳର ପ୍ରଶାନ୍ତ ମାଝୀ (୩୦) ଓ ସୋମନାଥ ନାୟକ(୩୨)। ତେବେ ବନ ବିଭାଗ ୨ରୁ ୩ ଇଞ୍ଚ ମୋଟେଇ ଓ ୧୦ରୁ ୧୨ ଇଞ୍ଚ ଲମ୍ବର ଏକ ହାଡକୁ ଜବତ କରିଛି। ଏହାକୁ ଆଜି ଭୁବନେଶ୍ବର ସ୍ଥିତ ଲ୍ୟାବକୁ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ଏହା କାହାର ହାଡ ତାହାର ତଦନ୍ତ କରୁଛି ବନ ବିଭାଗ।

ଗତକାଲି ଶାମାଖୁଣ୍ଟା ବ୍ଲକ ଅଧିନ ବାଲଡ଼ିହା ପଞ୍ଚାୟତରେ ଥିବା ଏକ ଢାବାରେ ହୋଇଥାନ୍ତା ହାତୀଦାନ୍ତର ଡିଲ। ହାତୀଦାନ୍ତ ତସ୍କରଙ୍କୁ କାବୁ କରିବା ନିମନ୍ତେ ବନ ବିଭାଗ ବିଛାଇଥିଲା ଜାଲ।ଏହି ଘଟଣାରେ ପୁଲିସ ସହାୟତାରେ ବନ ବିଭାଗକ ସ୍ଥାନୀୟ ଅଞ୍ଚଳର ପ୍ରଶାନ୍ତ ମାଝୀ, ସୋମନାଥ ନାୟକକୁ ଗିରଫ କରିବା ସହ ହାତୀଦାନ୍ତ ପରି ତିଆରି ହୋଇଥିବା ଏକ ହାଡକୁ ଜବତ କରିଛି। ତେବେ ଏହା ହାତୀଦାନ୍ତ ନା ହାତୀର ହାଡ଼ କୁ ଦାନ୍ତଭଳି ଆକାର ଦିଆ ଯାଇଛି ଓ ଏହି ଲୋକଙ୍କ ଲିଙ୍କ କୁ ନେଇ ବନ ବିଭାଗ ତଦନ୍ତ ଜାରି ରଖିଛି।