July 27, 2024

ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ସ୍ତ୍ରୀ

1 min read

କେସିଙ୍ଗା: କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ଭମରମାଲ ଛକ ନିକଟରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ କେସିଙ୍ଗା ଥାନା ଅଧୀନ ପରଲସିଙ୍ଗା ଗ୍ରାମର ରଏନପଡାର ବିରଞ୍ଚି ନାଏକ(୩୨)।

ମିଳିଥିବା ସୂଚନା ମୁତାବକ, ବିରଞ୍ଚିଙ୍କୁ ଗ୍ରାମର ୨ଜଣ ସାଙ୍ଗ ଫୋନ କରି ଗତ ୧୨ତାରିଖ ସନ୍ଧ୍ୟାରେ ଡାକିଥିଲେ। ହେଲେ ବିରଞ୍ଚି ଘରକୁ ଫେରିବାରେ ବିଳମ୍ବ ହେବାରୁ ତାଙ୍କ ସ୍ତ୍ରୀ ଫୋନ କରିଥିଲେ। ହେଲେ ଫୋନ ସୁଇଜ୍‌ ଅପ ରହିଥିଲା। ଏନେଇ ପରିବାର ଲୋକେ ତାଙ୍କୁ ଖୋଜା ଖୋଜି କରିଥିଲେ। ହେଲେ ବିରଞ୍ଚିଙ୍କ କୌଣସି ପର୍ତ୍ତା ମିଳି ନ ଥିଲା।

ସୋମବାର ରାତିରେ ଭମରମାଲ ଗାଁ ଛକ ନିକଟରେ ଜଣେ ଯୁବକଙ୍କ ମୃତ ଦେହ ପଡିଥିବା ପରିବାର ଲୋକଙ୍କୁ ଖବର ମଳିଥିଲା। ପରିବାରର ଲୋକେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରି କେସିଙ୍ଗା ପୋଲିସକୁ ଖବର ଦେଇଥିଲେ। ହେଲେ କେସିଙ୍ଗା ପୋଲିସର ଜଣେ କର୍ମଚାରୀ ସୋମବାର ସାଧାରଣ ନିର୍ବାଚନକୁ ନେଇ ବ୍ୟସ୍ତତା ଥିବା ଜଣାଇଥିଲେ। ଏଭଳି ସ୍ଥତିରେ ରାତି ୧୧ଟାରେ କେସିଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା।

ମଙ୍ଗଳବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ସଂକ୍ରାନ୍ତରେ ବିରଞ୍ଚିଙ୍କ ସ୍ତ୍ରୀ ଲିଲି ନାଏକ(୨୮)କେସିଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସ୍ୱାମୀଙ୍କୁ ଯୋଜନା ମୁତାବକ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସ୍ତ୍ରୀ ଲିଲି ଅଭିଯୋଗ କରିଛନ୍ତି।

ଅଭିଯୋଗକୁ ଭିତ୍ତି କରି ପୋଲିସ ସାଇଣ୍ଟିଫିକ ଟିମ୍‌ ଏବଂ ସନ୍ଧାନୀ କୁକୁର ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ବିରଞ୍ଚିଙ୍କ ୧୦ବର୍ଷର ଏକ ଦିବ୍ୟାଙ୍ଗ ଝିଅ, ୬ବର୍ଷର ପୁଅ ଏବଂ ୬ମାସର ଜଣେ ଝିଅ ଅଛନ୍ତି। ବିରଞ୍ଚି ଘରର ଏକୁଟିଆ ରୋଜଗାର କ୍ଷମ ବ୍ୟକ୍ତି ଥିବା ବେଳେ ବର୍ତ୍ତମାନ ସ୍ତ୍ରୀ ପିଲାଛୁଅଙ୍କ ସମେତ ବିଧମା ମା’ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।

ଏ ନେଇ କେସିଙ୍ଗା ଥାନା ଏକ ମାମଲା(ନଂ,୧୯୩/୨୪) ରୁଜୁ ହୋଇଛି। ଏହି ସଂକ୍ରାନ୍ତରେ କେସିଙ୍ଗା ଆଇଆଇସି ପ୍ରଦ୍ୟୁମ୍ନ ମହାପାତ୍ରଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଜାରି ରହିଛି ବୋଲି ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *