November 18, 2026

ବୁଧବାର ଆରମ୍ଭ ହୋଇଛି ଶୀତ ଅଧିବେଶନ

1 min read

ଭୁବନେଶ୍ୱର,୧୮ା୧୧: ବୁଧବାର ଆରମ୍ଭ ହୋଇଛି ଶୀତ ଅଧିବେଶନ। ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହା ଚାଲିବ। ଶୀତ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟଦିବସ ରହିଛି। ଆରମ୍ଭରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଅର୍ଣ୍ଣବଜନିତ ଭୂସ୍ଖଳନରେ ମୃତକଙ୍କ ପରିବାର ପାଇଁ ସମବେଦନା ଜଣାଇଥିଲେ ମୁଖ୍ୟମନ୍ତ୍ରୀ। ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ ଶୋକବ୍ୟକ୍ତ କରିଥିଲେ।