November 18, 2026

କାରଖାନାରେ ବନ୍ଧକ ଥିବା ଦାଦନ ଶ୍ରମିକ ଦିନେଶ ମାଝୀ ଉଦ୍ଧାର

1 min read

କେସିଙ୍ଗା,୧୮।୧୧: ଦୀର୍ଘଦିନ ଧରି ତାମିଲନାଡ଼ୁର ଏକ ଡିଟରଜେଣ୍ଟ କାରଖାନାରେ ବନ୍ଧକ ଥିବା କଳାହାଣ୍ଡି ଜିଲାର ଦାଦନ ଶ୍ରମିକ ଦିନେଶ ମାଝୀ ଶେଷରେ ଉଦ୍ଧାର ହୋଇ ନିଜ ଗାଁକୁ ଫେରିଛନ୍ତି। ବୁଧବାର ସକାଳେ ସେ କେସିଙ୍ଗା ବ୍ଲକ କସୃପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିଂଝରଣ ଗ୍ରାମରେ ପହଞ୍ଚିବା ପରେ ପରିବାରବର୍ଗଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ହସ୍ତକ୍ଷେପ ତଥା ସରକାର ଓ ଶ୍ରମ ବିଭାଗର ତତ୍ପରତା ଯୋଗୁ ଦିନେଶ ମୁକ୍ତ ହୋଇ ଘରକୁ ଫେରିଥିବାରୁ ତାଙ୍କ ପରିବାର ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଅଞ୍ଚଳବାସୀ ମଧ୍ୟ ମନ୍ତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି।