ଆଜି ନିମାପଡ଼ାରେରୋଡ୍ ଶୋ କରିଛନ୍ତି ମୁଖ୍ୟମନ୍ତ୍ରୀ
1 min read
ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନିମାପଡ଼ାରେ ନିର୍ବାଚନ ପ୍ରଚାର କରିଛନ୍ତି। ଏଠାରେ ସେ ବିଶାଳ ରୋଡ୍ ଶୋ’ରେ ଯୋଗଦେଇ କାର୍ଯ୍ୟକ୍ରମ କରଛନ୍ତି |
ଆଜି ଅପରାହ୍ନ ସାଢ଼େ ୫ଟାରେ ହେଲିକପ୍ଟର ଯୋଗେ ଭୁବନେଶ୍ୱରରୁ ବାହାରି ନିମାପଡ଼ାରେ ପହଞ୍ଚି। ଏହାପରେ ସେ ଗୁଲଗୁଲା ଛକରୁ ରୋଡ୍ ଶୋ’ କରି, ପରେ ସେ ଏଚ୍ଡିଏଫ୍ସି ଛକ, ପୁରୁଣା ବସ୍ଷ୍ଟାଣ୍ଡ, ଜୟଶ୍ରୀ ଛକ ଯାଏ ଯାଇଛନ୍ତି । ବମ୍ବେ ଢ଼ାବା ଛକରେ ଆୟୋଜିତ ଜନସଭାକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରି ସନ୍ଧ୍ୟା ୭.୩୦ରେ ରୋଡ୍ ଶେଷ ହେବା ପରେ ସେ ଭୁବନେଶ୍ୱର ଫେରିଛନ୍ତି ବୋଲି ଜଣାପଡ଼ିଛି।