July 27, 2024

ମୋଦୀ ସରକାରଙ୍କୁ ବମ୍ପର ସଂଖ୍ୟାଗରିଷ୍ଠତା ମିଳିବାର ସଙ୍କେତ ଷ୍ଟକ ବଜାରରେ ଉତ୍ସାହ ଭରିଦେଇଛି

1 min read

ମୁମ୍ବାଇ : ଏକଜିଟ ପୋଲ୍ ରେ ପୁଣି ଥରେ ମୋଦୀ ସରକାରଙ୍କୁ ବମ୍ପର ସଂଖ୍ୟାଗରିଷ୍ଠତା ମିଳିବାର ସଙ୍କେତ ଷ୍ଟକ ବଜାରରେ ଉତ୍ସାହ ଭରିଦେଇଛି । ରେକର୍ଡ ବୃଦ୍ଧି ସହ ଷ୍ଟକ ବଜାର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ବନ୍ଦ ହୋଇଛି। ବିଏସ୍ଇ ସେନସେକ୍ସ ୨୫୦୭.୪୭ ପଏଣ୍ଟ ବୃଦ୍ଧି ପାଇ ୭୬,୪୬୮.୭୮ରେ ବନ୍ଦ ହୋଇଛି। ସେହିପରି ଏନଏସଇ ନିଫ୍ଟି ୭୩୩.୨୦ ପଏଣ୍ଟ ବୃଦ୍ଧି ପାଇ ୨୩,୨୬୩.୯୦ରେ ପହଞ୍ଚିଛି।

ନିବେଶକମାନେ ଆଜି ଷ୍ଟକ ବଜାରରେ ଜବରଦସ୍ତ ବୃଦ୍ଧି ଆଧାରରେ ଜବରଦସ୍ତ ଆୟ କରିଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ମେ ୩୧ ରେ ଯେତେବେଳେ ବଜାର ବନ୍ଦ ହୋଇଥିଲା ସେତେବେଳେ ବିଏସଇରେ ତାଲିକାଭୁକ୍ତ କମ୍ପାନୀଗୁଡିକର ମାର୍କେଟ କ୍ୟାପ ୪.୧୨ ଲକ୍ଷ କୋଟି ଥିଲା, ଯାହା ଆଜି ୪.୨୬ ଲକ୍ଷ କୋଟିକୁ ବୃଦ୍ଧି ପାଇଛି । ଫଳରେ ନିବେଶକମାନେ ଆଜି ଗୋଟିଏ ଦିନରେ ୧୪ ଲକ୍ଷ କୋଟି ଟଙ୍କା ରୋଜଗାର କରିଛନ୍ତି।

ଏକ୍ଜିଟ୍ ପୋଲ୍ ଆକଳନକୁ ଦେଖିଲେ ୨୦୦୯ ମେ ୧୩ରେ ସେନସେକ୍ସ ୧.୨୨ ପ୍ରତିଶତ ଅର୍ଥାତ୍ ୧୪୬.୭୪ ପଏଣ୍ଟ ହ୍ରାସ ପାଇ ବନ୍ଦ ହୋଇଥିଲା।

Leave a Reply

Your email address will not be published. Required fields are marked *