July 26, 2024

ନିବେଶଙ୍କ ମଧ୍ୟରେ ପ୍ରବଳ ଉତ୍ସାହ:ପ୍ରଥମ ଥର ପାଇଁ ସେନସେକ୍ସ ଟପିଲା ୭୬୦୦୦

1 min read

ମୁମ୍ବାଇ: ଷ୍ଟକ ବଜାରରେ ସୋମବାର ଏକ ନୂଆ ଉତ୍ସାହ ଦେଖାଦେଇଛି । ନିବେଶଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଯୋଗୁଁ ଉଭୟ ସେନସେକ୍ସ ଓ ନିଫ୍ଟି ଆଜି ନୂଆ ରେକର୍ଡ ସହ ବନ୍ଦ ହୋଇଛନ୍ତି । ପ୍ରଥମ ଥର ପାଇଁ ସେନସେକ୍ସ ୭୬୦୦୦ ଟପିଯାଇଥିବାବେଳେ ନିଫଟି ୨୩୧୧୦ ପଏଣ୍ଟରେ ବନ୍ଦ ହୋଇଛି ।

ବିଶ୍ୱ ବଜାରର ଉନ୍ନତି ଏବଂ ଲୋକସଭା ନିର୍ବାଚନ ଫଳାଫଳକୁ ନେଇ ନିବେଶକଙ୍କ ସକାରାତ୍ମକ ମନୋଭାବ ଯୋଗୁଁ ଷ୍ଟକ ବଜାର କ୍ରମାଗତ ଭାବେ ବୃଦ୍ଧି ପାଉଛି । ନିଫ୍ଟି ମିଡ୍କ୍ୟାପ୍ ମଧ୍ୟ ପ୍ରଥମ ଥର ପାଇଁ ୫୩୦୦୦ ସ୍ତର ଅତିକ୍ରମ କରିଛି। ବ୍ୟାଙ୍କ ନିଫ୍ଟି ମଧ୍ୟ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।

ମଧ୍ୟାହ୍ନ ସୁଦ୍ଧା ବିଏସଇର ୩୦ ସେୟାର ବିଶିଷ୍ଟ ବେଞ୍ଚମାର୍କ ଇଣ୍ଡେକ୍ସ ସେନ୍ସେକ୍ସ ୫୯୯.୨୯ ପଏଣ୍ଟ ବୃଦ୍ଧି ପାଇ ୭୬,୦୦୯.୬୮ରେ ପହଞ୍ଚିଛି। ସେନ୍ସେକ୍ସ ପ୍ରଥମ ଥର ପାଇଁ ୭୬ ହଜାର ର ମାଇଲଖୁଣ୍ଟ ଛୁଇଁଛି । ଅନ୍ୟପକ୍ଷରେ ଏନଏସଇ ନିଫ୍ଟି ମଧ୍ୟ ୧୫୩.୭ ପଏଣ୍ଟ ବୃଦ୍ଧି ପାଇ ୨୩,୧୧୦.୮୦ ର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *