September 29, 2026

ବିଶ୍ୱ ଦକ୍ଷତା କେନ୍ଦ୍ରରେ ସେପ୍ଟେମ୍ବର ୩୦ ଶେଷ ତାରିଖ ରହିଛି

1 min read

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ସ୍ଥାପିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୬–୨୭ ଶିକ୍ଷାବର୍ଷ ପାଇଁ ଅତ୍ୟାଧୁନିକ ଦକ୍ଷତା ବିକାଶ ତାଲିମ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆବେଦନ ପ୍ରକ୍ରିୟା ଜାରି ରହିଛି। ଏଥିପାଇଁ ସେପ୍ଟେମ୍ବର ୩୦ ଶେଷ ତାରିଖ ରହିଛି। ବିଭିନ୍ନ ଶିଳ୍ପ ଉପଯୋଗୀ ତାଲିମ ପାଠ୍ୟକ୍ରମ ପାଇଁ ଆଗ୍ରହୀ ଯୋଗ୍ୟ ପ୍ରାର୍ଥୀମାନଙ୍କଠାରୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଉଛି।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଅଧୀନରେ ପରିଚାଳିତ ବିଶ୍ୱ ଦକ୍ଷତା କେନ୍ଦ୍ରର ଭୁବନେଶ୍ୱର କ୍ୟାମ୍ପସରେ ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ, ସ୍କୁଲ୍ ଅଫ୍ ସର୍ଭିସେସ୍ ଏବଂ ସ୍କୁଲ୍ ଅଫ୍ ଆଡଭାନ୍ସଡ୍ ଟେକ୍ନୋଲୋଜି ଅଧୀନରେ ବିଭିନ୍ନ ପାଠ୍ୟକ୍ରମ ପ୍ରଦାନ କରାଯାଉଛି। ସେହିପରି ଚଳିତ ଶିକ୍ଷାବର୍ଷରେ ବିଶ୍ୱ ଦକ୍ଷତା କେନ୍ଦ୍ରର ସମ୍ବଲପୁର କ୍ୟାମ୍ପସରେ ମଧ୍ୟ ବିଭିନ୍ନ ବିଷୟରେ ପାଠପଢ଼ା ଆରମ୍ଭ ହେବ।

ଭୁବନେଶ୍ୱର ଓ ସମ୍ବଲପୁର କ୍ୟାମ୍ପସରେ ଏକବର୍ଷୀୟ ପାଠ୍ୟକ୍ରମ ଏବଂ ଭୁବନେଶ୍ୱର କ୍ୟାମ୍ପସର ସ୍କୁଲ୍ ଅଫ୍ ଆଡଭାନ୍ସଡ୍ ଟେକ୍ନୋଲୋଜିରେ ୬ ମାସିଆ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଣ୍ଡ ମେସିନ୍ ଲର୍ଣ୍ଣିଂ ପାଠ୍ୟକ୍ରମ ପ୍ରଦାନ କରାଯାଉଛି।