July 27, 2024

୫୦% ବଢିଲା ପିଆଜ ଦାମ୍, ଆହୁରି ବଢିପାରେ

1 min read

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ସମାପ୍ତ ହେବା ପରେ ନରେନ୍ଦ୍ର ମୋଦୀ ଲଗାତର ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ନିର୍ବାଚନ ପୂର୍ବରୁ ପିଆଜ ଦାମ୍ ଉପରେ ଲଗାମ ଲଗାଇବା ପାଇଁ ସରକାର ରପ୍ତାନୀ ଉପରେ ରୋକ ଲଗାଇଦେଇଥିଲେ । କିନ୍ତୁ ଏବେ ୨ ସପ୍ତାହ ହେବ ପିଆଜ ଦାମ୍ ୩୦-୫୦ ପ୍ରତିଶତ ବଢିଛି । ଅନ୍ୟପଟେ ବ୍ୟାପାରୀମାନେ ପିଆଜ ମହଜୁଦ୍ ରଖି କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ଜୁନ ପରେ ବଜାରକୁ ଆସୁଥିବା ପିଆଜ ଚାଷୀ ଓ ବ୍ୟାପାରୀଙ୍କ ପାଖରେ ପୂର୍ବରୁ ମହଜୁଦ ଥିବା ପିଆଜ ଆସେ । ଚଳିତ ବର୍ଷ ବର୍ଷା କମ୍ ହେବା ଯୋଗୁଁ ରବି ଫସଲ କମ୍ ହେବା ଅନୁମାନ କରାଯାଉଛି । ତେବେ ଆଗକୁ ପିଆଜ ଦାମ୍ ଆହୁରି ବଢିବ ବୋଲି କୁହାଯାଉଛି । ଫଳରେ ଚାଷୀ ଗଚ୍ଛିତ ରଖିଥିବା ପିଆଜକୁ ବିକିବାକୁ ସଙ୍କୋଚ କରୁଛନ୍ତି । ଅନ୍ୟପଟେ ସରକାର ରପ୍ତାନୀ ଉପରେ ୪୦ ପ୍ରତିଶତ କର ଲଗାଇ ଦେଇଛନ୍ତି । ଏହି କାରଣରୁ ବାହାର ଦେଶଗୁଡିକୁ ଅଳ୍ପ ପିଆଜ ପଠାଯାଉଛି । ୧୭ ଜୁନ୍ ତଥା ବକରିଦକୁ ନଜରରେ ରଖି ପିଆଜର ଚାହିଦା ବଢିବାକୁ ଲାଗୁଛି । ଚାଷୀ ଓ ବ୍ୟାପାରୀଙ୍କୁ ଲାଗୁଛି କି ସରକାର ଖୁବ୍ ଶୀଘ୍ର ରପ୍ତାନୀ ଶୁଳ୍କ ହଟାଇପାରନ୍ତି । ଏହି ଆଶାରେ ବ୍ୟାପାରୀ ପିଆଜକୁ ଗଚ୍ଛିତ କରୁଛନ୍ତି କାରଣ ରପ୍ତାନୀ ହଟିବା ପରେ ଶସ୍ତାରେ କିଣିଥିବା ପିଆଜକୁ ଅଧିକ ଦାମରେ ବିକି ପଇସା କମାଇପାରିବେ ।

Leave a Reply

Your email address will not be published. Required fields are marked *