February 14, 2026

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର

1 min read

ଭୋପାଳ: ମଧ୍ୟପ୍ରଦେଶର ମାଣ୍ଡଲାରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ୩ ଦିନ ଗୋଟିଏ ଘରେ ବନ୍ଦ ରଖି ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଘର ଜବଲପୁର ହୋଇଥିବାବେଳେ ୬ ମାସ ପୂର୍ବରୁ ମାଣ୍ଡଲା ଅଞ୍ଚଳର ରାଜନ ନାମକ ଜଣେ ଅଭିଯୁକ୍ତଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। ଉଭୟ ପରସ୍ପର ମଧ୍ୟରେ ଚାଟିଂ କରୁଥିଲେ। କାହ୍ନା ଟାଇଗର ରିଜର୍ଭକୁ ବୁଲାଇନେବା ନାଁରେ ରାଜନ ଛାତ୍ରୀଙ୍କୁ ମାଣ୍ଡଲା ଡାକିଥିଲା। ଗତ ୨୬ ତାରିଖରେ ଛାତ୍ରୀ ଜଣକ ପହଞ୍ଚତ୍ବା ପରେ ରାଜନ ତାଙ୍କୁ ତା’ର ଜଣେ ସାଙ୍ଗ ଘରକୁ ନେଇ ସେଠାରେ ସେମାନେ ୩ ଦିନ ପର୍ଯ୍ୟନ୍ତ ବଳାତ୍କାର କରିଥିଲେ ବୋଲି ପୋଲିସ କହିଛି। ବୁଧବାର ଅପରାହ୍ନରେ ପୀଡ଼ିତାଙ୍କୁ ୨ ଜଣ ଆଣି ମାଣ୍ଡଲା ବସ୍‌ଷ୍ଟାଣ୍ଡରେ ଛାଡ଼ିବା ସହ ଗଣବଳାତ୍କାର ସମ୍ପର୍କରେ କାହାକୁ କହିଲେ, ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।