July 27, 2024

ନୀତୁ ଙ୍କ ସ୍ମୃତିରେ ଋଷି କପୁର : ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ପାଳିତ

1 min read

ମୁମ୍ବାଇ: ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪ ବର୍ଷ ବିତିଯାଇଛି। ଏହି ଅବସରରେ ଋଷିଙ୍କ ସ୍ତ୍ରୀ ତଥା ବଲିଉଡ୍‌ ଭେଟେରାନ୍‌ ଅଭିନେତ୍ରୀ ନୀତୁ କପୁର ତାଙ୍କ ସ୍ବାମୀଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ଏହି ଅବସରରେ ଋଷିଙ୍କ ଝିଅ ରିଦ୍ଧିମା କପୁର ମଧ୍ୟ ନିଜ ପିତାଙ୍କୁ ମନେ ପକାଇ ତାଙ୍କ ସ୍ମୃତି ବଖାଣିଛନ୍ତି। କପୁର ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ ଋଷିଙ୍କ ସହ ଏକ ଫଟୋ ଶେୟାର କରି ଲେଖିଛନ୍ତି, ଆମେ ଯାହାକୁ ବେଶି ଭଲପାଉ, ସେମାନେ କେବେବି ଦୂରକୁ ଯାଆନ୍ତି ନାହିଁ, ସବୁବେଳେ ସେମାନେ ଆମ ସହ ରୁହନ୍ତି। ଏହିପରି ଭାବରେ ରିଦ୍ଧିମା ନିଜ ପିତାଙ୍କୁ ମନେ ପକାଇଛନ୍ତି। ସେହିପରି ସ୍ବାମୀ ଋଷିଙ୍କୁ ମନେ ପକାଇ ତାଙ୍କ ସହ ଥିବା ଏକ ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ ଅଭିନେତ୍ରୀ ନିତୁ କପୁର ଶେୟାର କରିଛନ୍ତି। ସେ ଏହି ଷ୍ଟୋରିର କ୍ୟାପସନରେ ଲେଖିଛନ୍ତି, ବହୁତ ସୁନ୍ଦର ସ୍ମୃତି ଦେବା ପାଇଁ ଧନ୍ୟବାଦ। ୪ ବର୍ଷ ଧରି ତୁମ ସ୍ମୃତିରେ ଆମେ ବଞ୍ଚି ରହିଛୁ। ଅଭିନେତା ଋଷି କପୁରଙ୍କୁ ୨୦୧୮ରେ ଲ୍ୟୁକେମିଆ ନାମକ କର୍କଟ ରୋଗ ହୋଇଥିଲା। ଏହି ରୋଗର ଚିକିତ୍ସା ପାଇଁ ସେ ଆମେରିକା ଯାଇଥିଲେ।ତାଙ୍କର ଏପ୍ରିଲ୍‌ ୩୦, ୨୦୨୦ରେ ପରଲୋକ ଘଟିଥିଲା।

Leave a Reply

Your email address will not be published. Required fields are marked *