July 27, 2024

ହଲିଉଡରେ ଡେବ୍ୟୁ : କ୍ୟାଟ୍ରିନା

1 min read

କ୍ୟାଟ୍ରିନା କୈଫଙ୍କର ବଲିଉଡ କ୍ୟାରିୟର ଖୁବ ଭଲ । ତେବେ ନିକଟରେ ନିଜର ହଲିଉଡ ଡେବ୍ୟୁ ନେଇ କ୍ୟାଟ୍ରିନା ଖୋଲାଖୋଲି କଥା ହୋଇଛନ୍ତି । ଏନେଇ ଅନେକ ସମୟରେ ସୋସିଆଲ ମିଡିଆରେ ଆଲୋଚନା ମଧ୍ୟ ହେଉଥିବାର ଦେଖିବାକୁ ମିଳୁଛି । ତେବେ ଏନେଇ ମୁହଁ ଖୋଲିଛନ୍ତି ନିଜେ କ୍ୟାଟ୍‌ । ଆକେଫ୍ରସଙ୍କ ସୂଚନା ଅନୁଯାୟୀ ତାଙ୍କୁ ନିକଟରେ ଏକ ହଲିଉଡ୍‌ ପ୍ରୋଜେକଫ ଅଫର ହୋଇଥିଲା, ହେଲେ କିଛି କାରଣ ପାଇଁ ତାଙ୍କୁ ଏହି ଅଫରକୁ ରିଜେକଫ କରିବାକୁ ପଡିଥିଲା । ତେବେ ସେ ନିଜ ଉପରେ ଭରସା ରଖିଛନ୍ତି ଆଗକୁ ଖୁବ ଜଲଦି ଏହା ସଫଳ ହେବ । ସେ ଖୁବ ଜଲଦି ହଲିଉଡ ଡେବୁ୍ୟ କରିବେ । କ୍ୟାଟ୍ରିନାଙ୍କର ଏହି ସାକ୍ଷାତକାର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଗକୁ କ୍ୟାଟ୍ରିନା ହଲିଉଡ ଡେବ୍ୟୁ କରିବାନେଇ ଫ୍ୟାନମାନେ ଆକଳନ କରିବା ଆରମ୍ଭ କରିଛନ୍ତି । କ୍ୟାଟ୍‌ଙ୍କର ଷ୍ଟେଟମେଣ୍ଟ୍‌ ତାଙ୍କର ହଲିଉଡ ଡେବ୍ୟୁ ନେଇ ହିଣ୍ଟ ଦେଉଛି ବୋଲି ସୋସିଆଲ ମିଡିଆରେ ମତ ପ୍ରକାଶ ପାଉଛି ।

Leave a Reply

Your email address will not be published. Required fields are marked *