July 27, 2024

T-20 ବିଶ୍ୱକପ ପରେ ‘କ୍ରିକେଟ’ ଛାଡ଼ିବେ ରୋହିତ

1 min read

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ମାସରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ ୨୦୨୪ । ଏହି ବଡ଼ ଇଭେଣ୍ଟ ପାଇଁ ଭାରତ ୧୫ ଜଣିଆ ଦଳ ଘୋଷଣା କରିସାରିଛି । ଅଧିନାୟକ ଭାବରେ ରୋହିତ ଶର୍ମାଙ୍କୁ ଦାୟିତ୍ୱ ଦିଆ ଯାଇଥିବା ବେଳେ ଉପ-ଅଧିନାୟକ ପଦରେ ରହିଛନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । କିନ୍ତୁ ଏହି ବିଶ୍ୱକପ ପରେ ରୋହିତଙ୍କ ଫ୍ୟାନ୍ସମାନଙ୍କ ପାଇଁ ଏକ ବଡ଼ ଦୁଃଖ ଖବର ଆସିପାରେ । ଟି-୨୦ ବିଶ୍ୱକପ ପରେ ଅଧିନାୟକ ରୋହିତ ନିଜ ଅବସର ଘୋଷଣା କରିପାରନ୍ତି ବୋଲି କୁହାଯାଉଛି । ତେବେ ରୋହିତଙ୍କ ଅବସରର ମୁଖ୍ୟ କାରଣ ହାର୍ଦ୍ଦିକ ପାଣ୍ଡ୍ୟା ହୋଇପାରନ୍ତି ବୋଲି ମଧ୍ୟ କୁହାଯାଇଛି ।

ବିଶେଷ ସୂତ୍ରରୁ ଖବର ମିଳିଛି ଯେ, ଚଳିତବର୍ଷ ଶେଷ ଥର ପାଇଁ ରୋହିତଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ ଖେଳିବ । ବିଶ୍ୱକପରେ ଟିମ ଇଣ୍ଡିଆର ଶେଷ ମ୍ୟାଚ ହିଁ ରୋହିତଙ୍କ କ୍ୟାରିୟରର ଶେଷ ମ୍ୟାଚ ହୋଇପାରେ ବୋଲି ଆଲୋଚନା ଆରମ୍ଭ ହୋଇଛି । ଏହାପରେ ରୋହିତ ଶର୍ମା ଟି-୨୦ ଇଣ୍ଟରନେସନାଲ ମ୍ୟାଚରୁ ଅବସର ଘୋଷଣା କରିପାରନ୍ତି । ତେବେ ବର୍ତ୍ତମାନ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଅଧିନାୟକ କରିବା ପାଇଁ ଚାହୁଁଛି ବିସିସିଆଇ । ଏଥିପାଇଁ ଦଳ ତାଙ୍କୁ ମେଗା ଇଭେଣ୍ଟରେ ଉପ-ଅଧିନାୟକ ଦାୟିତ୍ୱ ମଧ୍ୟ ପ୍ରଦାନ କରିଛି । ତେଣୁ ଏହି ଟି-୨୦ ବିଶ୍ୱକପ ରୋହିତଙ୍କ ପାଇଁ ବଡ଼ ଚାଲେଞ୍ଜ ହୋଇପାରେ । ସୀମିତ ଓଭର କ୍ରିକେଟରେ ନିଜକୁ ପ୍ରମାଣିତ କରିବା ପାଇଁ ଶେଷ ସୁଯୋଗ ପାଇପାରନ୍ତି ରୋହିତ ।

ବର୍ତ୍ତମାନ ରୋହିତ ୩୭ ବର୍ଷ ବୟସରେ ପହଞ୍ଚି ସାରିଛନ୍ତି ଏବଂ ହାର୍ଦ୍ଦିକଙ୍କୁ ମାତ୍ର ୩୦ ବର୍ଷ । ତେଣୁ ଆଗାମୀ ଭବିଷ୍ୟତକୁ ନଜରରେ ରଖି ବିସିସିଆଇ ଜଣେ ନୂଆ ଅଧିନାୟକଙ୍କ ଦୀର୍ଘ ସମୟ ଦାୟିତ୍ୱ ଦେବା ପାଇଁ ଚିନ୍ତା କରୁଛି । ଏହି ତାଲିକାରେ ସବୁଠୁ ଆଗରେ ରହିଛନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ହାର୍ଦ୍ଦିକ କେବଳ ସୀମିତ ଓଭର କ୍ରିକେଟ କେଳୁଥିବା ବେଳେ ସେ ହିଁ ଅଧିନାୟକ ଦାୟିତ୍ୱ ନେବା ପାଇଁ ଉପଯୁକ୍ତ ବୋଲି ବିସିସିଆଇ ଚିନ୍ତା କରୁଛି । ଏହାବ୍ୟତୀତ ରୋହିତ ୨୦୨୨ ପରେ କୌଣସି ଟି-୨୦ ଇଣ୍ଟରନେସନାଲ ମ୍ୟାଚ କେଳିନାହାନ୍ତି ରୋହିତ । ଚଳିତବର୍ଷ ଆଫଗାନିସ୍ତାନ ବିପକ୍ଷ ସିରିଜରେ ୩ଟି ମ୍ୟାଚ ଖେଳିଥିବା ବେଳେ ୨ଟି ମ୍ୟାଚରେ ୦ ଏବଂ ଗୋଟିଏ ମ୍ୟାଚରେ ଶତକ ହାସଲ କରିଥିଲେ ରୋହିତ ।

Leave a Reply

Your email address will not be published. Required fields are marked *