ଜାପାନ ଆଣିଲା ବିଶ୍ୱର ପ୍ରଥମ ୬G ଡିଭାଇସ୍
1 min readନୂଆଦିଲ୍ଲୀ: ଟେକ୍ନୋଲୋଜି କ୍ଷେତ୍ରରେ ଜାପାନ ସର୍ବଦା ଆଗରେ ରହିଥାଏ । ଦୁନିଆର ଅନେକ ଅଂଶ ଏପରି ରହିଛି, ଯେଉଁଠାରେ ୫ଜି ଧୀରେ ଧୀରେ ପହଞ୍ଚୁଛି, ଏପରି ପରିସ୍ଥିତିରେ ଜାପାନ ନିକଟରେ ବିଶ୍ୱର ପ୍ରଥମ ହାଇ ସ୍ପିଡ୍ ୬ଜି ପ୍ରୋଟୋଟାଇପ୍ ଡିଭାଇସ୍ ସାମ୍ନାକୁ ଆଣିଛି ।୧ ସେକେଣ୍ଡରେ ୫ଟି HD ସିନେମା ଡାଉନଲୋଡ୍ |
ଏହି ଡିଭାଇସ୍ ବିଷୟରେ ଦାବି କରାଯାଉଛି ଯେ, ଏହା ପ୍ରତି ସେକେଣ୍ଡରେ ୧୦୦ ଗିଗାବାଇଟ୍ ବେଗରେ ୩୩୦ ଫୁଟରୁ ଅଧିକ ଦୂରତାରେ ତଥ୍ୟ ପଠାଇପାରେ, ଯାହା ଏବେଥିବା ୫ଜି ସ୍ରୋସେସରଠାରୁ ୨୦ ଗୁଣ ଅଧିକ । ଯଦି ଆମେ ସାମଗ୍ରିକ ଗତିକୁ ଦେଖିବା, ଏହା ୫ଜି ଫୋନର ଗତିଠାରୁ ୫୦୦ ଗୁଣ ଅଧିକ ସ୍ପିଡ୍ ।
ସୂଚନା ଅନୁଯାୟୀ, ଜାପାନ ଦ୍ୱାରା ପ୍ରସ୍ତୁତ ଏହି ଡିଭାଇସ୍ ଭାଗିଦାରୀ ଅଧୀନରେ କିଛି କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏଥିରେ DOCOMO, NTT Corporation, NEC Corporation ଏବଂ Fujitsuର ନାମ ସାମିଲ । ଗୋଟିଏ ଡିଭାଇସରେ ୬ଜି ପରୀକ୍ଷା କରାଯାଇଛି । ଏହା ଏପର୍ଯ୍ୟନ୍ତ ବ୍ୟବସାୟିକ ଭାବରେ ପରୀକ୍ଷଣ ହୋଇନାହିଁ । ଉପଭୋକ୍ତାମାନେ ୬ଜି ରେ ବହୁତ ଦ୍ରୁତ ଇଣ୍ଟରନେଟ୍ ସ୍ପିଡ୍ ପାଇବାକୁ ଯାଉଛନ୍ତି ।