July 27, 2024

ନୂଆ ମିଶନ୍ ପାଇଁ ପ୍ରସ୍ତୁତ ହେଉଛି ଇସ୍ରୋ…

1 min read

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ସଫଳତା ପରେ ଏବେ ଚତୁର୍ଥ ମୁନ୍ ମିଶନ୍ ପାଇଁ ଅଣ୍ଟା ଭିଡ଼ୁଛି ଇସ୍ରୋ । ଚନ୍ଦ୍ରର ଦକ୍ଷିଣ ମେରୁରେ ଅଞ୍ଚଳରେ ସଫ୍ଟ ଲ୍ୟାଣ୍ଡିଙ୍ଗ କରି ଇତିହାସ ସୃଷ୍ଟି କରିଥିଲା । ବର୍ତ୍ତମାନ ପୁଣିଥରେ ଇସ୍ରୋ ଚନ୍ଦ୍ରପୃଷ୍ଠରେ ରାଜୁତି କରିବା ପାଇଁ ପ୍ରସ୍ତୁତ ହେଉଛି ଇସ୍ରୋ । ଚନ୍ଦ୍ରପୃଷ୍ଠରେ ପୁଣିଥରେ ପାଦ ଥାପିବା ପାଇଁ ଇସ୍ରୋ ଜାପାନର ଅନ୍ତରୀକ୍ଷ ଏଜେନ୍ସି JAPAX ସହିତ କାମ କରୁଛି । ଲୁନାର ପୋଲାର ଏକ୍ସପ୍ଲୋରେସନ ମିଶନ୍(LUPEX) ଉପରେ ଉଭୟ ଏଜେନ୍ସି ମିଳିତ ଉଦ୍ୟମ ଜାରି ରଖିଛନ୍ତି । ତେବେ ଏହି ମିଶନର ନାଁ ଦିଆଯାଇଛି ଚନ୍ଦ୍ରଯାନ-୪ । କିନ୍ତୁ ଚନ୍ଦ୍ରଯାନ-୪ର ଲ୍ୟାଣ୍ଡିଂ ସାଇଟ୍ କ’ଣ ରହିବ? ଏହାକୁ ନେଇ ଏକ ବଡ଼ ତଥ୍ୟ ବର୍ତ୍ତମାନ ସାମନାକୁ ଆସିଛି । ଏହି ମିଶନ୍ ଉପରେ କାମ କରୁଥିବା SACନିର୍ଦ୍ଦେଶକ ନିଳେଶ ଦେସାଇ ଚନ୍ଦ୍ରଯାନ-୪ର ଅବତରଣ ସାଇଟ ବିଷୟରେ ବଡ଼ ସୂଚନା ଦେଇଛନ୍ତି ।

SAC ନିର୍ଦ୍ଦେଶକ ନିଳେଶ ଦେସାଇ କହିଛନ୍ତି ଯେ, ଚନ୍ଦ୍ରପୃଷ୍ଠରୁ ମାଟି ନେଇ ଭାରତକୁ ପେରିବା ଏହି ଚନ୍ଦ୍ରଯାନ-୪ର ମୁଖ୍ୟ ଲକ୍ଷ୍ୟ ରହିଛି । ଏହି ମିଶନରେ ଜାପାନ ଏବଂ ଭାରତ ଉଭୟ ଦେଶର ଅନ୍ତରୀକ୍ଷ ଏଜେନ୍ସି ମିଳିତ ଭାବରେ କାମ କରୁଛନ୍ତି । ଆସନ୍ତା ୨୦୨୮ ମସିହା ସୁଦ୍ଧା ଏହି ଚନ୍ଦ୍ରଯାନ-୪ ଲଞ୍ଚ୍ ହେବା ନେଇ ଆଶା କରାଯାଉଛି । ତେବେ ଚନ୍ଦ୍ରଯାନ-୩ ଅବତରଣ କରିଥିବା ସ୍ଥାନର ନିକଟବର୍ତ୍ତୀ ଅଞ୍ଚଳରେ ଏହି ମିଶନ୍ ଅବତରଣ କରାଇବା ପାଇଁ ଯୋଜନା କରୁଛନ୍ତି ଇସ୍ରୋ । ଚନ୍ଦ୍ରଯାନ-୩ ଲ୍ୟାଣ୍ଡ କରିଥିବା ଶିବ ଶକ୍ତି ପଏଣ୍ଟର ଯଥାସମ୍ଭବ ନିକଟରେ ଅବତରଣ କରାଇବାକୁ ଉଦ୍ୟମ ରହିବ । ଦେସାଇ କହିଛନ୍ତି ଯେ, ଶିବ-ଶକ୍ତି ପଏଣ୍ଟ ନିକଟରେ ଚନ୍ଦ୍ରଯାନ-୩ ଅବତରଣ କରିବା ପରେ ଚନ୍ଦ୍ରପୃଷ୍ଠରେ ଅନେକ ଆବିଷ୍କାର କରିଛି । ଶିବ-ଶକ୍ତି ପଏଣ୍ଟରେ ଚନ୍ଦ୍ରଯାନ-୩ ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ପୃଷ୍ଠରେ ଜଳ ସମେତ ଅନେକ ଜିନିଷ ଚିହ୍ନଟ କରିପାରିଛି । ତେବେ ଏହି ମିଶନ୍ ଚନ୍ଦ୍ର ଦିବସର ସମକକ୍ଷ ହେବ । ଚନ୍ଦ୍ରପୃଷ୍ଠରେ ଗୋଟିଏ ଦିନ ପୃଥିବୀରେ ୧୪ ଦିନ ସହ ସମାନ ।

ତେବେ ଏହି ଚନ୍ଦ୍ରଯାନ-୪ ମିଶନ୍ ଖୁବ ଜଟିଳ ରହିବ ବୋଲି ନିଲେଶ ଦେସାଇ ମତ ରଖିଛନ୍ତି । ତେଣୁ ଚନ୍ଦ୍ର୍ରଯାନ-୩ ଚନ୍ଦ୍ରପୃଷ୍ଠରେ ହାସଲ କରିଥିବା ସଫଳତାରୁ ଆଗକୁ ଯାଇ ଚନ୍ଦ୍ରଯାନ-୪ ନିଜ କାମ ଆରମ୍ଭ କରିବା ଉଚିତ । ଚନ୍ଦ୍ରଯାନ-୪ ମିଶନରେ ଏକାଧିକ ଉତକ୍ଷେପଣ ଏବଂ ମହାକାଶଯାନ ମଡ୍ୟୁଲ୍ ସାମିଲ ରହିବ । ମିଶନ୍ ପାଇଁ ବିଭିନ୍ନ ପେଲୋଡ୍ ବହନ କରିବାକୁ ଦୁଇଟି ପୃଥକ ରକେଟ୍ ଅଛି ହେଭି-ଲିଫ୍ଟ LVM-୩ ଏବଂ ୱାର୍କହୋର୍ସ PSLVଲଞ୍ଚ କରାଯିବାକୁ ଯୋଜନା କରାଯାଇଛି ।

Leave a Reply

Your email address will not be published. Required fields are marked *