May 19, 2025

ପୁଲିସ୍ ହାତରେ ଦୁଇ ମେଡିକାଲ ସିଟ୍ ଦଲାଲ୍

1 min read

ଭୁବନେଶ୍ଵର : ପୁଲିସ୍ ହାତରେ ଦୁଇ ମେଡିକାଲ ସିଟ୍ ଦଲାଲ୍। ମେଡିକାଲ କଲେଜ୍ ସିଟ୍ ବିକ୍ରି ଦଲାଲ ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି। ଭୁବନେଶ୍ଵର ପାତ୍ରପଡା ଅଞ୍ଚଳରୁ ପୁଲିସ୍ ଦୁଇ ଦଲାଲଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଏକ ବାର୍‌ରେ ଡିଲ୍‌ ଚାଲିଥିବାବେଳେ ପୁଲିସ୍ ଦୁଇ ଜଣଙ୍କୁ ଧରିଛି। ଦଲାଲ ମାନେ ଲକ୍ଷାଧିକ ଟଙ୍କା ନେଇ ମେଡିକାଲ ସିଟ୍ ପାଇଁ ଡିଲ୍ କରୁଥିଲେ। ଏକାଧିକ ଘରୋଇ ମେଡିକାଲ କଲେଜ ସହ ଏହି ଗ୍ୟାଙ୍ଗର ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଛି