May 19, 2025

ପୁରୀରେ ପୋଲିସ ଛାଉଣି

1 min read

ପୁରୀ: ଅପରେଶନ ସିନ୍ଦୂରର ପ୍ରଭାବରେ ଥରହର ହୋଇପଡିଛି ପାକିସ୍ତାନ। ଗୁରୁବାର ରାତିସାରା, ଜମ୍ମୁ, ପଠାନକୋଟ ଏବଂ ଉଧମପୁରର ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନରୁ ଡ୍ରୋନ ଏବଂ ମିଶାଇଲ ଦ୍ୱାରା ଟାର୍ଗେଟ କରାଯାଇଥିଲା। କିନ୍ତୁ ଭାରତର ୩ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିଲେ। S-400 ଭଳି ବାୟୁ ପ୍ରତିରକ୍ଷା ପ୍ରଣାଳୀ ସାରା ରାତି କାମ କରିଥିଲା ଏବଂ ପାକିସ୍ତାନର ଆକ୍ରମଣର ପ୍ରତ୍ୟେକ ପ୍ରୟାସକୁ ତୁରନ୍ତ ନିଷ୍କ୍ରିୟ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ପୁରୀ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ଦିଆଯାଇଛି। ସୁରକ୍ଷାରେ ସ୍ବତନ୍ତ୍ର ବାହିନୀଙ୍କ ମୁତୟନ କରାଯାଇଛି। ୧୫୦ରୁ ଅଧିକ ପୋଲିସ କର୍ମଚାରୀ ଶ୍ରୀମନ୍ଦିରକୁ ଜଗି ରହିଛନ୍ତି । ସାରାରାତି ପୋଲିସ ପକ୍ଷରୁ ଚେକିଂ ଏବଂ ବ୍ଲକିଂ କରାଯାଇଛି। ଏପରିକି ପୁରୀ ସହରର ବିଭିନ୍ନ ହୋଟେଲରେ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଛି। ହୋଟେଲରେ ରହୁଥିବା ଲୋକଙ୍କ ପରିଚୟପତ୍ର ମଧ୍ୟ ପୋଲିସ ଯାଞ୍ଚ କରୁଛି।