July 22, 2024

ବୁଧବାର ଶ୍ରୀ ସାକ୍ଷୀଗୋପାଳ ମନ୍ଦିର ସେବାୟତମାନେ ସାକ୍ଷାତ କରିଛନ୍ତି

1 min read

ସାକ୍ଷୀଗୋପାଳ: ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭୁବନେଶ୍ୱର ସରକାରୀ ବାସଭବନରେ ବୁଧବାର ଶ୍ରୀ ସାକ୍ଷୀଗୋପାଳ ମନ୍ଦିର ସେବାୟତମାନେ ସାକ୍ଷାତ କରିଛନ୍ତି। ଠାକୁରଙ୍କ ଚନ୍ଦନ ତୁଳସୀ, ଭୋଗ ସହିତ ଖଣ୍ଡୁଆପାଟ ଓ ଫୁଲମାଳ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିଥିଲେ। ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ ପାଇଁ ସେବାୟତ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ସହ ବହୁବିଧ ସମସ୍ୟା ଥିବା ସାକ୍ଷୀଗୋପାଳ ମନ୍ଦିର ବିକଶିତ କରିବା ନେଇ ଏକ ପତ୍ର ମଧ୍ୟମରେ ଦୃଷ୍ଟି ଆକର୍ଷଣ କରିଥିଲେ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନର ସାକ୍ଷୀ ଦେବାକୁ ସାକ୍ଷୀଗୋପାଳ ମନ୍ଦିରକୁ ପ୍ରତିଦିନ ତୀର୍ଥଯାତ୍ରୀମାନଙ୍କର ସମାଗମ ଲାଗିଛି। ଗମନାଗମନଠାରୁ ତୀର୍ଥଯାତ୍ରୀ ମନ୍ଦିର ନିକଟରେ ମୌଳିକ ସୁବିଧା ଯୋଗାଇ ଦେବା ଏବଂ ସୁବ୍ୟବସ୍ଥିତ ପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ସମୟରେ ସ୍ଥାନୀୟ ଯୁବ ବିଧାୟକ ଓମ୍‌ ପ୍ରକାଶ ମିଶ୍ରଙ୍କ ସହିତ ସେବାୟତ ବିଶ୍ୱନାଥ ମହାପାତ୍ର, ରାମଚନ୍ଦ୍ର ନନ୍ଦ, ପ୍ରତାପ ମହାପାତ୍ର, ଉମେଶ ନନ୍ଦ, ଶ୍ୟାମସୁନ୍ଦର ମହାପାତ୍ର, ରାଜକିଶୋର ମହାପାତ୍ର, ରବିନାରାୟଣ ପତ୍ରୀ, ବାବୁ ମେକାପଙ୍କ ସହିତ ପୁରାଣ ପଣ୍ଡିତ ବାଳକୃଷ୍ଣ ମହାପାତ୍ର ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *