July 27, 2024

କ୍ଷେପଣାସ୍ତ୍ର ମାଡ଼ରେ ନିଆଁ ଲାଗିଥିବା ଜାହାଜରୁ ଭାରତୀୟଙ୍କୁ ଉଦ୍ଧାର କଲେ ନୌସେନା

1 min read

ନୂଆଦିଲ୍ଲୀ: ହାଉତୀ ବିଦ୍ରୋହୀମାନଙ୍କଦ୍ବାରା ନିକ୍ଷେପ କରାଯାଇଥିବା ‌ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ମାଡ଼ରେ ଏଡେନ୍‌ ଉପସାଗରରେ ଯେଉଁ ପଣ୍ୟବାହୀ ଜାହାଜରେ ନିଆଁ ଲାଗିଯାଇଥିଲା ସେଥିରୁ ୨୨ଜଣ ଭାରତୀୟ ଓ ଜଣେ ବାଂଲାଦେଶୀ ନାବିକଙ୍କୁ ଭାରତୀୟ ନୌସେନା ଉଦ୍ଧାର କରିଛି।

ଶୁକ୍ରବାର ରାତିରେ ୟେମେନ୍‌ରୁ ହାଉତୀ ବିଦ୍ରୋହୀମାନେ କ୍ଷେପଣାସ୍ତ୍ର ନିକ୍ଷେପ କରି ସେ ତୈଳବାହୀ ଜାହାଜରେ ନିଆଁ ଲଗାଇ ଦେଇଥିଲେ।

ସୂଚନାଯୋଗ୍ୟ, ଶନିବାର ଦିନ ନିଆଁ ଲିଭା ଉପକରଣ ସହିତ ‘ଏନ୍‌ବିସିଡି’ ଟିମ୍‌ (ନ୍ୟୁକ୍ଲିୟର୍‌, ବାୟୋଲୋଜିକାଲ୍‌ ଆଣ୍ଡ୍‌ କେମିକାଲ୍‌ ଡ୍ୟାମେଜ୍‌ କଣ୍ଟ୍ରୋଲ୍‌) ‘ଗାଇଡେଡ୍‌ ମିସାଇଲ୍‌ ଡେଷ୍ଟ୍ରୟର୍‌ ଆଇଏନ୍‌ଏସ୍‌ ବିଶାଖାପଟନ୍‌’ରେ ଯାଇ ମାର୍ସାଲ୍‌ ଦ୍ବୀପରେ ପଞ୍ଜିକୃତ ହୋଇଥିବା ‘ମାର୍ଲିନ୍‌ ଲୁଆଣ୍ଡା’ ଉକ୍ତ ଜଳନ୍ତା ଜାହାଜକୁ ଯାଇ ନିଆଁ ଲିଭାଇବା ସହିତ ୨୨ଜଣ ଭାରତୀୟ ଓ ଜଣେ ବାଂଲାଦେଶୀ ନାବିକଙ୍କୁ ଉଦ୍ଧାର କରିଛନ୍ତି।

Leave a Reply

Your email address will not be published. Required fields are marked *