January 15, 2025

ମଞ୍ଚ ଭାଙ୍ଗି ମହିଳା ମୃତ: ୧୭ ଆହତ

1 min read

ନୂଆଦିଲ୍ଲୀ: ଶନିବାର ରାତିରେ ଦିଲ୍ଲୀସ୍ଥିତ କାଲ୍‌କାଜୀ ମନ୍ଦିର ପ୍ରାଙ୍ଗଣରେ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ବ‌ଳେ ମଞ୍ଚ ଭାଙ୍ଗିପଡ଼ିବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି ଓ ଆଉ ୧୭ଜଣ ଆହତ ହୋଇଥିବା କଥା ପୁଲିସ କହିଛି।

ଆହତମାନେ ଡାକ୍ତରଖାନାରେ ଭର୍ତ୍ତି ‌ହୋଇଛନ୍ତି। ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି। ଏହି ଅଘଟଣ ଯୋଗୁଁ ହାଡ଼ ଭାଙ୍ଗିଥିବା ଓ କ୍ଷତାକ୍ତ ହୋଇଥିବା ବ୍ୟକ୍ତିମାନଙ୍କର ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା କଥା ଜଣାପଡ଼ିଛି।

ପୁଲିସ କହିଛି, ଦୁଇଜଣ ବ୍ୟକ୍ତି ଉକ୍ତ ମହିଳାଙ୍କୁ ଗୋଟାଏ ଅଟୋରିକ୍ସାରେ ଡାକ୍ତଖାନାକୁ ନେଇଯାଇଥିଲେ। କିନ୍ତୁ, ଡାକ୍ତରଖାନାରେ ପହଞ୍ଚିବାକ୍ଷଣି ତାଙ୍କର ମୃତ୍ୟୁ ଘଟିଲା। ସେ ମହିଳାଙ୍କ ପରିଚୟ ଜାଣିବା ଲାଗି ଉଦ୍ୟମ ଚାଲିଛି।

Leave a Reply

Your email address will not be published. Required fields are marked *