May 16, 2025

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଙ୍ଗଳବାର ଭେଟିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ

1 min read

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଙ୍ଗଳବାର ଭେଟିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ। ବିଗତ ୪୮ ଘଣ୍ଟା ମଧ୍ୟରେ ଡୋଭାଲ ପ୍ରଧାନମନ୍ତ୍ରୀଙ୍କୁ ୨ ଥର ଭେଟି ଭାରତର ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଛନ୍ତି। ବୁଧବାର ଦେଶବ୍ୟାପୀ ନାଗରିକ ସୁରକ୍ଷା ଅଭ୍ୟାସ ଅନୁଷ୍ଠିତ ହେବାକୁ ଥିବାବେଳେ ଏହା ପୂର୍ବରୁ ଡୋଭାଲ ମୋଦୀଙ୍କୁ ଭେଟି ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଏନଏସଏ ଡୋଭାଲ, ସିଡିଏସ ଅନିଲ ଚୌହାନ ଏବଂ ୩ ସେନାର ମୁଖ୍ୟଙ୍କ ସହିତ ଏକାଧିକ ଥର ଉଚ୍ଚ ସ୍ତରୀୟ ବୈଠକ କରି ପାକିସ୍ତାନ ଏବଂ ଲଶ୍କର-ଏ-ତଇବା ଆତଙ୍କବାଦୀ ସଂଗଠନ ବିରୋଧରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି। ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ଡୋଭାଲ ଏବଂ ସିଡିଏସଙ୍କ ସହିତ ଆଲୋଚନା କରି ସାମରିକ କାର୍ଯ୍ୟାନୁଷ୍ଠାନ ଲାଗି ସେନାକୁ ସମସ୍ତ ପ୍ରକାର ସ୍ଵାଧୀନତା ଦେଇଥିଲେ।