August 25, 2026

ସର୍ପାଘାତରେ ଭାଇ ଭଉଣୀ ମୃତ

1 min read

ରାଉରକେଲା: ଏମିତି ଅଭାବନୀୟ ଘଟଣା ଘଟିଛି ଗୁରୁଣ୍ଡିଆ ବ୍ଲଜ ଅନ୍ତର୍ଗତ ହାତୀଓଡା ଗାଁରେ l ଭାଇର ବୟସ ୭ ବର୍ଷ ହୋଇ ଥିବା ବେଳେ ଭଉଣୀର ବୟସ ୧୦ ବର୍ଷ ବୋଲି ଜଣା ପଡିଛି l ମୃତକ ହେଲେ ସମୀର ହରୋ (୧୦), ଭଉଣୀ ସାଇରେନ ହରୋ (୭)l ରଘୁନାଥପାଲି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି l

ସମୀର ପେଟ କାଟିବାରୁ ବାପାଙ୍କୁ ଡାକିଥିଲା
ମିଳିଥିବା ସୂଚନା ମୁତାବକ ଗତକାଲି ରାତିରେ ସମୀର ଓ ସାଇରେନ ବାପା ଓ ମା ଙ୍କ ସହ ଖାଇସାରିବା ପରେ ଖଟ ଉପରେ ଶୋଇଥିଲେ l ଭୋର ପ୍ରାୟ ତିନିଟାରେ ସମୀର ପେଟ କାଟିବାରୁ ବାପାଙ୍କୁ ଡାକିଥିଲା l କିଛି ସମୟ ପରେ ସାଇରେନ ମଧ୍ୟ୍ ସମାନ କଥା କହିଥିଲା l ଦୁହିଁକୁ ଗୁରୁତର ଅବସ୍ଥାରେ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ଆଣିଥିଲେ l ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ଦୁହିଁକୁ ମୃତ ଘୋଷଣା କରିଥିଲେ l