ଅପରେଶନ ସିନ୍ଦୂରକୁ ନେଇ ଆସିଲା ମୋଦିଙ୍କ ପ୍ରତିକ୍ରିୟା
1 min read
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ବାୟୁସେନା ପକ୍ଷରୁ ମେ’୭ରେ ପାକିସ୍ତାନ ଉପରେ ବଡ଼ ଧରଣର ବିମାନ ଆକ୍ରମଣ କରିଛି। ବହୁ ଯୋଜନା ପରେ ଏହି ମିଶନ ସଫଳ ହୋଇଛି। ଯାହାର ନାମ ରଖାଯାଇଛି, ‘ଅପରେଶନ ସିନ୍ଦୂର’। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ ବୈଠକରେ କହିଛନ୍ତି, ‘ଆଜି ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ଦିନ।’ ସମଗ୍ର କ୍ୟାବିନେଟ ଭାରତର ବାୟୁସେନା ଆକ୍ରମଣକୁ ପ୍ରଶଂସା କରିଛି।
ଅପରେଶନ ସିନ୍ଦୂର ପରେ ବୁଧବାର ପ୍ରଧାନମନ୍ତ୍ରୀ ମୋଦି CCS ବୈଠକରେ ଯୋଗ ଦେଇଥିଲେ। ଏହା ପରେ ଏକ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା, ପ୍ରଧାନମନ୍ତ୍ରୀ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ। କ୍ୟାବିନେଟ ମଧ୍ୟ ଭାରତୀୟ ସେନାର କାର୍ଯ୍ୟକୁ ପ୍ରଶଂସା କରିଛି।
ଭାରତ ଅପରେଶନ ସିନ୍ଦୂର ମାଧ୍ୟମରେ ପହଲଗାମ ସମେତ ଅନେକ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି। ସେନା ମେ ୬ ଏବଂ ୭ ତାରିଖରେ ପାକିସ୍ତାନ ଏବଂ ପିଓକେରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରି ଧ୍ୱଂସ କରିଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସେନାର ଏହି କାର୍ଯ୍ୟକୁ ପ୍ରଶଂସା କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ଆମ ସମସ୍ତଙ୍କ ପାଇଁ ଏହା ଏକ ଗର୍ବର ଦିନ।’