ସାବରୀମାଳା ମନ୍ଦିର ଯିବେ ରାଷ୍ଟ୍ରପତି
1 min read
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମେ’ ୧୯ ତାରିଖରେ କେରଳର ସାବରୀମାଳା ମନ୍ଦିରରେ ଭଗବାନ ଆୟପ୍ପାଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ଦେଶର ଇତିହାସରେ ସେ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି, ଯିଏ ସାବରୀମାଳା ମନ୍ଦିର ଯିବେ। ମନ୍ଦିର ପରିଚାଳନା ସଂସ୍ଥା ତ୍ରାଭଣକୋର ଦେବସ୍ଵୋମ ବୋର୍ଡ(ଟିଡିବି) ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସୂଚନା ଦେଇଛି। ଏଥିସହ ଏହାକୁ ଦେଶର ଇତିହାସରେ ଏକ ଗର୍ବର ମୁହୂର୍ତ୍ତ ବୋଲି ବୋର୍ଡ଼ ପକ୍ଷରୁ କୁହାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଏସପିଜି ଓ ମନ୍ଦିର ପରିଚାଳନା ସଂସ୍ଥା ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।