October 25, 2024

ଗଞ୍ଜାମ ଧରାକୋଟରେ ଶ୍ମଶାନକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

1 min read

ଆସ୍କା: ଆସ୍କା ଧରାକୋଟ ଥାନା ତାଳପାଟଣା ଶ୍ମଶାନରେ ୧୪୪ ଧାରା । ଡେଙ୍ଗୁରା ବଜାଇ ୧୪୪ ଧାରା ଜାରି କରିଛି ପ୍ରଶାସନ । ଶ୍ମଶାନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା । ଶ୍ମଶାନ ଜମିକୁ ନିଜର ବୋଲି ଦାବି କରୁଥିଲେ ଉଭୟ ଗୋଷ୍ଠୀ । ଦୀର୍ଘ ଦିନ ହେବ ଏହି ବିବାଦ ଲାଗି ରହିଥିବା ବେଳେ କିଛି ଦିନ ତଳେ ଏହି ବିବାଦ ବଢିଥିଲା । ଏନେଇ ପୋଲିସ ପାଖରେ ଖବର ପହଞ୍ଚିିବା ପରେ ଆସିକା ଏସଡିପିଓ, ଧରାକୋଟ ଆଇଆଇସି ଓ ଧରାକୋଟ ତହସିଲଦାର ଉଭୟ ଗୋଷ୍ଠୀର ଲୋକଙ୍କୁ ଡାକି ଆଲୋଚନା କରିଥିଲେ । ହେଲେ କୌଣସି ସୂଚନା ନମିଳିବାରୁ ଶ୍ମଶାନ ଓ ତାହା ନିକଟରେ ୧୪୪ ଧାରା ଜାରି କରାଯାଇଛି । କୌଣସି ଅଘଟଣ ଆଶଙ୍କାରେ ପୋଲିସ ମୁତୟନ କରାଯାଇଛି ।

Leave a Reply

Your email address will not be published. Required fields are marked *