May 12, 2025

ଆଇଆଇଏମ୍‌ସି ଢେଙ୍କାନାଳ ପକ୍ଷରୁ ‘ଗଣମାଧ୍ୟମ ଓ ସାମ୍ବାଦିକତାରେ କ୍ୟାରିୟର ସୁଯୋଗ

1 min read

ଢେଙ୍କାନାଳ: ଆଇଆଇଏମ୍‌ସି ଢେଙ୍କାନାଳ ଏବଂ ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ‘ଗଣମାଧ୍ୟମ ଓ ସାମ୍ବାଦିକତାରେ କ୍ୟାରିୟର ସୁଯୋଗ’ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶୁକ୍ରବାର ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଆଇଆଇଏମ୍‌ସି ଢେଙ୍କାନାଳର ଅଧ୍ୟାପକ ଓ ଅଧ୍ୟାପିକାମାନେ କାର୍ଯ୍ୟକ୍ରମରେ ଗଣମାଧ୍ୟମ, ସାମ୍ବାଦିକତା ଓ ଯୋଗାଯୋଗ କ୍ଷେତ୍ରରେ ଥିବା କ୍ୟାରିୟର ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ।

ଏହାସହ ଆଇଆଇଏମ୍‌ସି ଢେଙ୍କାନାଳର ‘ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ’ ଚଳିତ ବର୍ଷ ୨୫ ବର୍ଷ ପୂରଣ କରିବାକୁ ଯାଉଛି। ଏଣୁ ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମର ବିଭିନ୍ନ ଦିଗ ତଥା କ୍ୟାରିୟର ସୁଯୋଗ ଏବଂ ଏଠାରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ସଫଳତା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଶକୁନ୍ତଳା ଜେନା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ଏହାସହ ଆଇଆଇଏମ୍‌ସି ଢେଙ୍କାନାଳର ଇଂରାଜୀ ସାମ୍ବାଦିକତା ବିଭାଗର ସହକାରୀ ପ୍ରଫେସର ଡକ୍ଟର ବିରଞ୍ଚି ନାରାୟଣ ସେଠ୍‌, ଓଡ଼ିଆ ସାମ୍ବାଦିକତା ବିଭାଗର ସହକାରୀ ପ୍ରଫେସର ଡକ୍ଟର ଚିରସ୍ରୋତା ଜେନା ଓ ଆକାଡେମିକ ଆସୋସିଏଟ୍ ସୌମ୍ୟ ରଞ୍ଜନ ବିହାରା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଏବଂ ତୃତୀୟ ବର୍ଷର ୧୨୦ ଜଣ ଛାତ୍ରୀ ଯୋଗ ଦେଇଥିଲେ।