September 25, 2026

ପଶ୍ଚିମବଙ୍ଗର ‘ଆଣ୍ଟି-ଗୁଣ୍ଡା’ ବିଲ୍‌କୁ ଅନୁମୋଦନ ଦେଇନାହାନ୍ତି ରାଷ୍ଟ୍ରପତି

1 min read

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ‘ଆଣ୍ଟି-ଗୁଣ୍ଡା’ ବିଲ୍‌କୁ ଅନୁମୋଦନ ଦେଇନାହାନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ବିଲ୍‌ଟିକୁ ପୁନର୍ବିଚାର ପାଇଁ ଫେରାଇ ଦେଇଛନ୍ତି। ବିଲ୍‌ର କିଛି ବ୍ୟବସ୍ଥା କେନ୍ଦ୍ରୀୟ ଆଇନ ସହ ବିରୋଧ ସୃଷ୍ଟି କରିପାରେ ବୋଲି କେନ୍ଦ୍ର ପକ୍ଷରୁ ଆପତ୍ତି ଉଠାଯାଇଥିଲା। ବିଶେଷକରି ମାଦକଦ୍ରବ୍ୟ ସମ୍ପର୍କିତ ଏନ୍‌ଡିପିଏସ୍‌ ଆଇନ, ୧୯୮୫ର କିଛି ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା।

କେନ୍ଦ୍ର ସରକାର ରାଷ୍ଟ୍ରପତିଙ୍କୁ ଦେଇଥିବା ନୋଟ୍‌ରେ କହିଥିଲେ ଯେ ବିଲ୍‌ରେ ‘ଗୁଣ୍ଡା’ର ପରିଭାଷା ମଧ୍ୟରେ ଏନ୍‌ଡିପିଏସ୍‌ ଆଇନ ଅଧୀନରେ ଅପରାଧ କରୁଥିବା, ଉଦ୍ୟମ କରୁଥିବା, ସହଯୋଗ କରୁଥିବା, ପ୍ରୋତ୍ସାହନ ଦେଉଥିବା କିମ୍ବା ଅର୍ଥ ଯୋଗାଉଥିବା ବ୍ୟକ୍ତିଙ୍କୁ ସାମିଲ କରାଯାଇଛି। ଏହା ୧୯୮୮ର ପିଆଇଟିଏନ୍‌ଡିପିଏସ୍‌ ଆଇନରେ ଥିବା ବ୍ୟବସ୍ଥା ସହ ଓଭରଲାପ୍‌ କରିପାରେ ବୋଲି କେନ୍ଦ୍ର ଆଶଙ୍କା ପ୍ରକାଶ କରିଥିଲା। ଏହାଦ୍ୱାରା ସମାନ ବିଷୟରେ ଦୁଇଟି ଆଇନଗତ ବ୍ୟବସ୍ଥା ସୃଷ୍ଟି ହେବା ସହ ସମ୍ବିଧାନର ଧାରା ୨୫୪ ଅନୁଯାୟୀ କେନ୍ଦ୍ର ଓ ରାଜ୍ୟ ଆଇନ ମଧ୍…
ପଶ୍ଚିମବଙ୍ଗର ବିଜେପି ସରକାର ଜୁନ୍‌ରେ ‘ପଶ୍ଚିମବଙ୍ଗ ପବ୍ଲିକ୍‌ ସେଫ୍ଟି ଆଣ୍ଡ କଣ୍ଟ୍ରୋଲ୍‌ ଅଫ୍‌ ଆଣ୍ଟି-ସୋସିଆଲ୍‌ ଆକ୍ଟିଭିଟିଜ୍‌ ବିଲ୍‌, ୨୦୨୬’ ଆଗତ କରିଥିଲେ। ବିଲ୍‌ରେ ଅସାମାଜିକ କାର୍ଯ୍ୟକଳାପ ଓ ‘ଗୁଣ୍ଡା’ର ପରିଭାଷା ସହ ସେମାନଙ୍କ ବିରୋଧରେ କିଛି କଟକଣାର ବ୍ୟବସ୍ଥା ରହିଛି। ଜିଲ୍ଲାପାଳ, ପୁଲିସ କମିସନର କିମ୍ବା ସରକାରଙ୍କ ଅନୁମୋଦିତ ଡିଆଇଜି ବା ତଦୂର୍ଦ୍ଧ୍ୱ ପାହ୍ୟାର ଅଧିକାରୀ ନିର୍ଦ୍ଦିଷ୍ଟ ପରିସ୍ଥିତିରେ କୌଣସି ବ୍ୟକ୍ତିଙ୍କୁ ଏକ ଅଞ୍ଚଳ କିମ୍ବା ଜିଲ୍ଲାରୁ ବାହାରିଯିବାକୁ ନିର୍ଦ୍ଦେଶ ଦେଇପାରିବେ। ଏପରିକି ସର୍ବାଧିକ ଏକ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ସେହି ଅଞ୍ଚଳକୁ ଫେରିବା ଉପରେ କଟକଣା ଲଗାଯାଇପାରିବ। ଏହି ବିଲ୍‌କୁ ନେଇ ଅଗଷ୍ଟ ୬ରେ କଲିକତା ହାଇକୋର୍ଟର ଜଷ୍ଟିସ୍‌ ତପବ୍ରତ ଚକ୍ରବର୍ତ୍ତୀ ଓ ଜଷ୍ଟିସ୍‌ ପାର୍ଥସାରଥି ଚଟ୍ଟୋପାଧ୍ୟାୟଙ୍କ ଖଣ୍ଡପୀଠରେ ତିନିଟି ଜନସ୍ୱାର୍ଥ ମାମଲା ଖାରଜ ହୋଇଥିଲା।