ପୋଲ ଉପରେ ୫ ଫୁଟ ଉଚ୍ଚ ର ବନ୍ୟା ଜଳ ପ୍ରବାହିତ
1 min read
ପାଟଣା:ଲଗାଣ ବର୍ଷାରେ ତେଲ ନଦୀ ରେ ପ୍ରବଳ ବଢ଼ିପାଣି ଆସିବାରୁ କୁମୂଳାବାହାଳୀ ନିକଟ ପୁରୁଣା ପୋଲ ଉପରେ ୫ ଫୁଟ ଉଚ୍ଚ ର ବନ୍ୟା ଜଳ ପ୍ରବାହିତ ହେଉଛି। ଯାହା ଫଳରେ ଦାମାହୁଦା ଅଞ୍ଚଳରୁ ଠାକୁରମୁଣ୍ଡା ଅଞ୍ଚଳ କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।ଏଠାରେ ଦୀର୍ଘ ବର୍ଷ ଧରି ନୂଆ ସେତୁ କାମ ଚାଲିଥିବା ବେଳେ କାମ ସରିବାର ନାଁ ଧରୁନଥିବାରୁ ତେଲ ନଦୀ ପୁରୁଣା ସେତୁ ଦେଇ ଗମନା ଗମନ ବ୍ୟବସ୍ଥା ଚାଲିଥିବା ବେଳେ ବଢ଼ିପାଣି ଯୋଗୁଁ ଏହି ରାସ୍ତାରେ ଆଜି ଦିନ ତମାମ ଗମନା ଗମନ ବ୍ୟାହତ ହୋଇଛି।


