କାନ୍ଥଟି ହଠାତ ଭୁଶୁଡି ପଡିବାରୁ ଜଣେ ଶିଶୁ କନ୍ୟା ର ମୃତ୍ୟୁ
1 min readପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ବଡ ପାଟଣା ପଞ୍ଚାୟତ ସ୍ୱାମ ମୁଣ୍ଡା ସାହିରେ ଆଜି ଦିନ ୨ ଟା ବେଳେ ଗୋଟିଏ ନିର୍ମାଣାଧୀନ ପରିତ୍ୟକ୍ତ ପୁରୁଣା ଘରର କାନ୍ଥଟି ହଠାତ ଭୁଶୁଡି ପଡିବାରୁ ଜଣେ ଶିଶୁ କନ୍ୟା ର ମୃତ୍ୟୁ ଘଟିଛି। ମୃତ ଶିଶୁ କନ୍ୟା ଜଣକ ମୁଣ୍ଡା ସାହିର ବଣ୍ଟି ମୁଣ୍ଡା ଙ୍କ ଝିଅ ପ୍ରମିଳା ମୁଣ୍ଡା(୩) ବୋଲି ଜଣାପଡିଛି। ତାଙ୍କ ମାଆ ଶୌଚ ପାଇଁ ଯିବା ସମୟରେ ଝିଅକୁ ସେଠାରେ ଠିଆ କରି ଯାଇଥିଲେ। କାନ୍ଥ ପାଖରେ ଠିଆ ହୋଇଥିବା ବେଳେ ହଠାତ କାନ୍ଥଟି ଭୁଶୁଡି ପଡି ଥିଲା। ତାକୁ ଉଦ୍ଧାର କରାଯାଇ ପାଟଣା ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି। ପାଟଣା ପୁଲିସ ୫୩/୨୦୨୬ ମୂଳେ ଅପମୃତ୍ୟୁ ମାମଲା ରୁଜୁ କରି ଏଏସଆଇ ଧନେଶ୍ୱର ପାତ୍ର ମୃତକର ଶବ ବ୍ୟବଚ୍ଛେଦ କରାଇଛନ୍ତି।


