March 17, 2026

ସମୂହ ଛୁଟିରେ ଯିବା ପଡିଲା ମହଙ୍ଗା

1 min read

ନୂଆଦିଲ୍ଲୀ:ଏୟାର ଇଣ୍ଡିଆର ବଡ଼ କାର୍ଯ୍ୟାନୁଷ୍ଠାନ,କ୍ରୁ ମେମ୍ବରଙ୍କୁ କଲା ବହିଷ୍କାର ଏନେଇ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଏୟାରଇଣ୍ଡିଆ ଏକ୍ସପ୍ରେସ। କ୍ରୁ ମେମ୍ବରଙ୍କୁ ବିଦା କରିଛି ଏୟାରଇଣ୍ଡିଆ କମ୍ପାନୀ। ଏହି ଏୟାରଲାଇନ୍ସ ୨୫ କ୍ୟାବିନ କ୍ରୁ ମେମ୍ବରଙ୍କୁ ବିଦା କରିଛି। ଯେଉଁମାନେ ଅସୁସ୍ଥତା ଥିବା ଛୁଟିରେ ଦର୍ଶାଇ ଛୁଟି ନେଇଥିଲେ ସେମାନଙ୍କୁ କମ୍ପାନୀ ବହିଷ୍କାର କରିଛି।
କହିରଖୁଛୁ କି, ବୁଧବାର ୩୦୦ରୁ ଅଧିକ କର୍ମଚାରୀ ସମୂହ ଛୁଟି ନେଇଥିଲେ। ସମସ୍ତେ ଅସୁସ୍ଥତା ଦର୍ଶାଇ ଛୁଟି ନେବା ସହ ନିଜ ମୋବାଇଲ ଫୋନ ସ୍ବିଚ ଅଫ କରିଦେଇଥିଲେ। ଯାହାଦ୍ୱାରା ବୁଧବାର ବହୁ ବିମାନ ଉଡାଣକୁ ବାତିଲ କରାଯାଇଥିଲା। ସେହିପରି ଗୁରୁବାର ଦିନ ଏୟାର ଇଣ୍ଡିଆ ଏକ୍ସପ୍ରେସର ୭୦ରୁ ଅଧିକ ବିମାନ ବାତିଲ କରାଯାଇଛି। ସମୂହ ଛୁଟିରେ ଯିବା ପଡିଲା ମହଙ୍ଗା

Leave a Reply

Your email address will not be published. Required fields are marked *