July 27, 2024

ହୀରାମଣ୍ଡି ୱେବସିରିଜ ସୁଟିଂ ସମୟରେ ଥିଲେ ଡିପ୍ରେସନରେ

1 min read

ହୀରାମଣ୍ଡି ୱେବସିରିଜକୁ ନେଇ ବର୍ତ୍ତମାନ ଅନେକ ଚର୍ଚ୍ଚା ହେଉଛି । ଏଥିରେ ଅଭିନୟ କରିଥିବା ଷ୍ଟାରକାଷ୍ଟମାନେ ସିରିଜ୍‌କୁ ନେଇ ନିଜର ଅନୁଭୂତି ବର୍ଣ୍ଣନା କରିବାରେ ଲାଗିଛନ୍ତି । ନିକଟରେ ମନୀଷା କୋଇରାଲା ହୀରାମଣ୍ଡିର ସେଟ୍‌ କଥା ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ହୀରାମଣ୍ଡି ସୁଟିଂ ସମୟରେ ସେ ଡିପ୍ରେସନରେ ଥିବା ଏହି ସାକ୍ଷାତକାର ପ୍ରକାଶ କରିଛନ୍ତି । ତାଙ୍କର ଏହି ସମୟରେ ଅଧିକ ପରିମାଣରେ ମୁଡ ସୁଇଂ ହେଉଥିବା ସେ କହିଛନ୍ତି । ହେଲେ ସେ ଏହି ସିରିଜ୍‌ରେ ଅଭିନୟ କରିବାକୁ ବେଶ୍‌ ଉତ୍ସୁକଥିଲେ ତେଣୁ ଏହି ସବୁ ହେଲ୍‌ଥ ଇସୁ ତାଙ୍କୁ କୌଣସି ସମସ୍ୟାରେ ପକାଇ ନଥିବା ମନୀଷା କହିଛନ୍ତି । ସେ ଏହି ସିରିଜ୍‌ ଅଭିନୟ କରି ଖୁବ ଖୁସି ଥିବାବେଳେ ଅନେକ କିଛି ଶିଖିଛନ୍ତି ମଧ୍ୟ ।

Leave a Reply

Your email address will not be published. Required fields are marked *