ଅଭିନେତା ରଣବୀର ସିଂହ ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜାଙ୍କ ଦର୍ଶନ କରିବା ସହ ଏକ ସାମାଜିକ ସେବା ସଙ୍କଳ୍ପ ନେଇଛନ୍ତି
1 min read
ମୁମ୍ବାଇ: ଅଭିନେତା ରଣବୀର ସିଂହ ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜାଙ୍କ ଦର୍ଶନ କରିବା ସହ ଏକ ସାମାଜିକ ସେବା ସଙ୍କଳ୍ପ ନେଇଛନ୍ତି। ‘ସେବା ସଙ୍କଳ୍ପ ଅଭିଯାନ’ ଅଧୀନରେ ୧୦୦୦ ଝିଅଙ୍କ ଶିକ୍ଷାରେ ସହାୟତା କରିବାକୁ ସେ ଘୋଷଣା କରିଛନ୍ତି। ଗଣେଶ ଚତୁର୍ଥୀ ଅବସରରେ ରଣବୀର ଲାଲବାଗଚା ରାଜାଙ୍କ ପୂଜାମଣ୍ଡପରେ ପହଞ୍ଚି ଗଣପତି ବାପ୍ପାଙ୍କ ଆଶୀର୍ବାଦ ନେଇଥିଲେ। ଏହି ଅବସରରେ ସେ ନିଜର ଆଗାମୀ ଯାତ୍ରା ପାଇଁ ଆଶୀର୍ବାଦ ନେବା ସହ ଝିଅମାନଙ୍କ ଶିକ୍ଷାକୁ ସହାୟତା କରିବାର ସଙ୍କଳ୍ପ ବିଷୟରେ କହିଥିଲେ।
‘ସେବା ସଙ୍କଳ୍ପ ଅଭିଯାନ’
ସେ କହିଥିଲେ ଯେ, “ମୁଁ ଆଗାମୀ ଯାତ୍ରା ପାଇଁ ବାପ୍ପାଙ୍କର ଆଶୀର୍ବାଦ କାମନା କରିଛି। ଗଣେଶ ଚତୁର୍ଥୀର ଏହି ପବିତ୍ର ଅବସରରେ ଏବଂ ଆମର ସମ୍ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ, ମୁଁ ସେବା ସଂକଳ୍ପ ଅଭିଯାନରେ ଯୋଗଦେବି ଏବଂ ୧,୦୦୦ ଝିଅଙ୍କୁ ସେମାନଙ୍କ ଶିକ୍ଷାରେ ସାହାଯ୍ୟ କରିବା ପାଇଁ ପ୍ରତିଜ୍ଞା କରୁଛି। ମୁଁ ଆଶା କରୁଛି ଏହା ବାପ୍ପାଙ୍କୁ ଖୁସି କରିବ, ଏବଂ ତାଙ୍କର ଆଶୀର୍ବାଦ ସର୍ବଦା ଆମ ସହିତ ରହିବ।”
ଉଲ୍ଲେଖଯୋଗ୍ୟ, ‘ସେବା ସଙ୍କଳ୍ପ ଅଭିଯାନ’ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ କରାଯିବ ବୋଲି ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନସେବା ଜୀବନର ୨୫ ବର୍ଷ ପୂରଣ ଅବସରରେ ଏହି ମାସବ୍ୟାପୀ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନରେ ବିଭିନ୍ନ ସେବା, ଜନସମ୍ପର୍କ ଓ କଲ୍ୟାଣମୂଳକ କାର୍ଯ୍ୟକୁ ସାମିଲ କରାଯାଇଛି।
ଏହି ଅଭିଯାନରେ ଅନ୍ୟ କେତେକ ବଲିଉଡ୍ କଳାକାର ମଧ୍ୟ ଯୋଡ଼ି ହୋଇଛନ୍ତି। ରଣବୀର ସିଂହଙ୍କ ବ୍ୟତୀତ ଆଲିଆ ଭଟ୍ଟ ଓ ରଣବୀର କପୁର ୨୦ଟି ସ୍କୁଲର ପୁନଃନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।


