July 26, 2024

ହିଟ୍‌ ଗୋବିନ୍ଦା, ବାର୍ଷିକ ଆୟ କୋଟି କୋଟି

1 min read

ମୁମ୍ବଇ:ବ୍ୟବସାୟରେ ବି ହିଟ୍‌ ଗୋବିନ୍ଦା, ବାର୍ଷିକ ଆୟ କୋଟି କୋଟି| ବଲିଉଡ଼ ଅଭିନେତା ଗୋବିନ୍ଦା ଘରେ ଘରେ ପରିଚିତ। ନିଜ ଦମ୍‌ଦାର ଅଭିନୟ ଦ୍ଵାରା ସେ ଦର୍ଶକଙ୍କର ଭରପୁର ମନୋରଞ୍ଜନ କରିଛନ୍ତି। ହିନ୍ଦୀ ସହ ବିଭିନ୍ନ ଭାଷାଭାଷୀ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ନିଜ ନୃତ୍ୟ ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। କିନ୍ତୁ ଏବେ ସେ ଫିଲ୍ମ ଛାଡ଼ି ବ୍ୟବସାୟରୁ କୋଟି କୋଟି ଟଙ୍କା ଆୟ କରୁଛନ୍ତି। ଗୋବିନ୍ଦାଙ୍କ ପାଖରେ ଟଙ୍କାର କୌଣସି ଅଭାବ ନାହିଁ। ବିନା ଚଳଚ୍ଚିତ୍ରରେ ମଧ୍ୟ ସେ ବର୍ଷକୁ କୋଟି କୋଟି ଟଙ୍କା ଆୟ କରନ୍ତି। ଗୋବିନ୍ଦା ବଲିଉଡ଼ର ଧନୀ ଅଭିନେତାମାନଙ୍କ ମଧ୍ୟରୁ ଅନ୍ୟତମ।

ମିଳିଥିବା ସୂଚନା ମୁତାବକ, ଗୋବନ୍ଦାଙ୍କର ମୁମ୍ବଇ ଓ ଏହାର ଆଖପାଖ ଅଞ୍ଚଳରେ ୩ଟି ବିଳାସପୂର୍ଣ୍ଣ ବଙ୍ଗଳା ଅଛି। ସେଥି ମଧ୍ୟରୁ ଗୋଟିଏ ବଙ୍ଗଳା ମଡ୍‌ ଆଇଲାଣ୍ଡରେ ରହିଛି ଏବଂ ଆଉ ଏକ ବଙ୍ଗଳା ଜୁହୁରେ ରହିଛି, ଯେଉଁଠାରେ ସେ ତାଙ୍କ ପରିବାର ସହ ବାସ କରନ୍ତି। ଏହା ବ୍ୟତୀତ ସେ ରିଅଲ ଇଷ୍ଟେଟ୍‌ କ୍ଷେତ୍ରରେ ଅନେକ ନିବେଶ କରିଛନ୍ତି। ଗୋବିନ୍ଦା ପ୍ରାୟ ୧୫୦ କୋଟି ଟଙ୍କାର ସମ୍ପତ୍ତିର ମାଲିକ।

Leave a Reply

Your email address will not be published. Required fields are marked *