September 18, 2026

ସୁବିଧା ଏବଂ ଉପଲବ୍ଧତାକୁ ଆହୁରି ବଢ଼ାଇବାରେ ଏହି ସହଯୋଗ ଉପକାରୀ ହେବ

1 min read

ଏସ୍‌ବିଆଇ ଓଡ଼ିଶା ସର୍କଲ୍‌ର ମୁଖ୍ୟ ମହାପ୍ରବନ୍ଧକ ରାକେଶ ଯାଦବ, ଏହି ପଦକ୍ଷେପକୁ ସଫଳ କରିବା ଏବଂ ସୁଯୋଗ୍‌ ଅଧୀନରେ ଡିଜିଟାଲ୍ ପେମେଣ୍ଟ ପରିବେଶକୁ ଆହୁରି ସୁଦୃଢ଼ କରିବା ପାଇଁ ବ୍ୟାଙ୍କ ପକ୍ଷରୁ ସମସ୍ତ ପ୍ରକାରର ସମର୍ଥନ ଓ ସହଯୋଗ ଯୋଗାଇ ଦିଆଯିବ ବୋଲି ଆଶ୍ୱାସନ ଦେଇଥିଲେ।

ଏହି ସହଭାଗିତା ଓଡ଼ିଶାର ଡିଜିଟାଲ୍ ସହରାଞ୍ଚଳ ପ୍ରଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପୌର ସେବା ପ୍ରଦାନ ବ୍ୟବସ୍ଥା ସହ ଏକ ବ୍ୟାପକ ଓ ସୁରକ୍ଷିତ ପେମେଣ୍ଟ ଗେଟ୍‌ୱେକୁ ସମନ୍ୱୟ କରି, ରାଜ୍ୟର ନାଗରିକମାନଙ୍କ ପାଇଁ ସହରାଞ୍ଚଳ ଟିକସ, ଫି’ ଏବଂ ୟୁଟିଲିଟି ଚାର୍ଜ ପେମେଣ୍ଟକୁ ଅଧିକ ଦ୍ରୁତ, ସରଳ, ସୁରକ୍ଷିତ ଓ ସୁଲଭ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି।