July 27, 2024

ଗିରଫ ପାଇଁ ପୁରୀଘାଟ ଥାନାଧିକାରୀଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ…

1 min read

କଟକ: ପୁରୀଘାଟ ଥାନା ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ, ଶୁଣାଣି ପୂର୍ବରୁ ଅନୁଭବଙ୍କୁ ଗିରଫ କର। ଅନୁଭବଙ୍କ ନାଁରେ ଜାରି ହୋଇଛି ଜାମିନବିହୀନ ଗିରଫ ପରୱାନା। ହାତଜରେ ରହିବେ ଅନୁଭବ ମହାନ୍ତି । କୋର୍ଟ ନିର୍ଦ୍ଦେ ଦେଇଛନ୍ତି ଜଲଦି ଅନୁଭବ ମହାନ୍ତିଙ୍କୁ ଗିରଫ କରିବା ପାଇଁ । ଆଉ ପ୍ରଚାର କରିପାରିବେ ନାହିଁ ଅନୁଭବ । ଏବେ ଥାନରେ ଯାଇ ରହିବେ । ଶୁଣାଣି ପୂର୍ବରୁ ଅନୁଭବ ମହାନ୍ତିଙ୍କୁ ଗିରଫ କରିବା ପାଇଁ ପୁରୀଘାଟ ଥାନଧିକାରୀଙ୍କୁ ରହିଛି ନିର୍ଦ୍ଦେଶ ।

କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ ଜେଏମ୍‌ଏଫ୍‌ସି ଅଦାଲତ ଜାମିନବିହୀନ ଗିରଫ ପରୱାନା ଜାରି କରିଛନ୍ତି । ଯାହା ପରେ ଅନୁଭବ ମହାନ୍ତିଙ୍କୁ ଜୋରଦାର ଝଟକା ଲାଗିଛି । ଅନୁଭବଙ୍କ ସହ ତାଙ୍କ ଦୁଇ ସହଯୋଗୀ ଖଗେଶ୍ୱର ଏବଂ ସୁଜିତ ମଧ୍ୟ ଗିରଫ ହୋଇ ଜେଲ ଯିବେ । ଅନୁଭବ କହୁଥିଲେ ବର୍ଷାଙ୍କ ସବୁ ଅଭିଯୋଗ ମିଛ । ମୋ ବିରୁଧରେ ଯାହା କହୁଛନ୍ତି ସବୁ ମିଛ । ଅଦାତଲ ବର୍ଷାଙ୍କ ଅଭିଯୋଗକୁ ଖାରଜ କରନ୍ତୁ । ହେଲେ ଏବେ ବର୍ଷାଙ୍କ ଅଭିଯୋଗ ସତ ପ୍ରମାଣିତ ହୋଇଗଲା । ଜାହାପରେ ଅନୁଭବଙ୍କୁ ଗିରଫ ପାଇଁ ହୋଇଛି ନିର୍ଦ୍ଦେଶ ।

ଅଭିଯୋଗ ମୁତାବିକ ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶୀନି ତାଙ୍କ ଉପେର ଅନୁଭବ ଏବଂ ତାଙ୍କର ଦୁଇଜଣ ସହଯୋଗ ଘରୋଇ ହିଂସା ଏବଂ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଥିଲେ । ପୁରୀଘାଟ ଥାନା ଆଇପିସିର ଦଫା ୪୯୮ କ, ୩୪୧, ୫୦୬, ଓ ୩୪ରେ ଅନୁଭବ ଏବଂ ଅନ୍ୟ ଦୁଇ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଯାହା ପରେ ପୋଲିସ ଦାଖଲ କରିଥିଲା ଚାର୍ଜସିଟ । ଯେଉଁଥିରେ ବର୍ଷାଙ୍କ ଉପରେ ହୋଇଥିବା ନିର୍ଯ୍ୟାତନାର ଠୋସ ପ୍ରମାଣ ପାଇଥିଲେ କୋର୍ଟ । ଏହାପରେ ଅଦାଲତ ଅନୁଭବ ମହାନ୍ତିଙ୍କୁ ଚାର୍ଜ ଫ୍ରେମ ଦାଖଲ କରିବା ପାଇଁ କୁହାଯାଇଥିଲା ।

Leave a Reply

Your email address will not be published. Required fields are marked *