July 10, 2025

୪ ଲକ୍ଷ ୪୮ ହଜାର ଟଙ୍କା ଜବତ କରିଛି ନିର୍ବାଚନ ଯାଞ୍ଚ ସ୍କ୍ଵାଡ୍‌

1 min read

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଶ୍ରୀବତ୍ସ ବେହେରାଙ୍କ ଠାରୁ ନିର୍ବାଚନ ଯାଞ୍ଚ ସ୍କ୍ଵାଡ୍‌ ୪ ଲକ୍ଷ ୪୮ ହଜାର ଟଙ୍କା ଜବତ କରିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଶ୍ରୀ ବେହେରା ଟିଟିଲାଗଡ଼ ପଟରୁ ଏକ ଇନୋଭା କାର ଯୋଗେ ଯାଉଥିବା ବେଳେ ସ୍ଥାନୀୟ ରେଳବାଇ ଓଭରବ୍ରିଜ ଉପରେ ପୁଲିସ୍ ଏବଂ ଫ୍ଲାଇଙ୍ଗ ସ୍କ୍ଵାଡ୍‌ ଗାଡିକୁ ଅଟକାଇଥିଲେ। ଯାଞ୍ଚ ଦଳ ପକ୍ଷରୁ ତାଲାସୀ ବେଳେ ତାଙ୍କ ଗାଡ଼ିରୁ ୪ ଲକ୍ଷ ୪୮ ହଜାର ଟଙ୍କା ମିଳିଥିଲା। ଏତେ ଟଙ୍କା କେଉଁଠାରୁ ଆଣିଲେ ସେ ନେଇ ଶ୍ରୀ ବେହେରା କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି। ତେଣୁ ପୁଲିସ୍ ତାଙ୍କୁ ଏବଂ ଗାଡି ଡ୍ରାଇଭରଙ୍କୁ ଟିଟଲାଗଡ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି। ନଗଦ ଟଙ୍କା ସହ କାର, ଦଳର ପୋଷ୍ଟର ଏବଂ ଟୋପି ଆଦି ଜବତ କରାଯାଇଛି । ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *