July 23, 2026

ସରକାରୀ ମେଡିକାଲ କଲେଜର ସୁପର ସ୍ପେଶିଆଲିଟି ବିଭାଗ ପାଇଁ ୧୫୨ଟି ପ୍ରଫେସର, ସହଯୋଗୀ ପ୍ରାଧ୍ୟାପକ , ସହକାରୀ ପ୍ରାଧ୍ୟାପକ , ବରିଷ୍ଠ ଆବାସିକ ପଦବିଗୁଡ଼ିକ ଅନୁମୋଦିତ

1 min read

ଭୁବନେଶ୍ଵର: ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ତରଫରୁ ବିଭିନ୍ନ ସରକାରୀ ମେଡିକାଲ କଲେଜର ସୁପର ସ୍ପେଶିଆଲିଟି ବିଭାଗ ପାଇଁ ୧୫୨ଟି ପ୍ରଫେସର, ସହଯୋଗୀ ପ୍ରାଧ୍ୟାପକ (ଆସୋସିଏଟ ପ୍ରଫେସର), ସହକାରୀ ପ୍ରାଧ୍ୟାପକ (ଆସିଷ୍ଟାଣ୍ଟ୍‌ ପ୍ରଫେସର), ବରିଷ୍ଠ ଆବାସିକ (ସିନିୟର ରେସିଡେଣ୍ଟ) ପଦବିଗୁଡ଼ିକ ଅନୁମୋଦିତ ହୋଇଛି ।

ମଞ୍ଜୁର ପଦବିଗୁଡିକ ମଧ୍ୟରେ ଭୁବନେଶ୍ଵର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ହୃତପିଣ୍ଡ ବିଜ୍ଞାନ ବିଭାଗ, ସ୍ନାୟୁ ବିଜ୍ଞାନ ବିଭାଗ , ସ୍ନାୟୁ ଶଲ୍ୟ ଚିକିତ୍ସା ବିଭାଗ , ପ୍ଲାଷ୍ଟିକ ସର୍ଜରୀ ବିଭାଗ, ବୃକକ ଚିକିତ୍ସା ବିଭାଗ, ହୃତପିଣ୍ଡ ଓ ରକ୍ତନଳୀ ଶଲ୍ୟ ଚିକିତ୍ସା ବିଭାଗ।