ସିବିଏସଇ ୧୦ମ ରେଜଲ୍ଟ ପ୍ରକାଶିତ, ବାଜି ମାରିଲେ ଝିଅ
1 min read
ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ୧୦ମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଛି। ସୋମବାର ଦିନ ୧ଟା ସମୟରେ ଦଶମ ଫଳାଫଳ ଜାରି କରିଛି ସିବିଏସଇ। ଛାତ୍ରଛାତ୍ରୀମାନେ ସିବିଏସଇର ଅଫିସିଆଲ ଓ୍ବେବସାଇଟ୍ cbseresults.nic.inରେ ନିଜ ଫଳାଫଳ ଯାଞ୍ଚ କରିପାରିବେ। ଚଳିତ ବର୍ଷ ଦଶମ ଶ୍ରେଣୀର ପାସ୍ ହାର ୯୩.୬ ପ୍ରତିଶତ ରହିଛି। ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଏଥର ଭଲ ପ୍ରଦର୍ଶନ କରିଛନ୍ତି। ଚଳିତ ବର୍ଷ ୯୪.୭୫% ଛାତ୍ରୀ ପାସ୍ କରିଛନ୍ତି। ବୋର୍ଡ଼ ପକ୍ଷରୁ ଆଜି ଦ୍ଵାଦଶ ଶ୍ରେଣୀ ରେଜଲ୍ଟ ପ୍ରକାଶ କରାଯିବା ପରେ ଦଶମ ଫଳାଫଳ ଜାରି କରାଯାଇଛି। ସିବିଏସଇ ଦ୍ଵାଦଶ ଶ୍ରେଣୀରେ ପାସ୍ ହାର ୮୭.୯୮ ପ୍ରତିଶତ ରହିଛି।