October 23, 2024

ଜୁନ୍‍ ୩ରୁ ଜଏନ କଲେଣି ଆଶିଷ ସିଂହ- ପୁଲିସ ଡିଜି

1 min read

ଭୁବନେଶ୍ୱର : ଆଇପିଏସ ଆଶିଷ ସିଂଙ୍କୁ ନେଇ ଡିଜିପି ଅରୁଣ ଷଡ଼ଙ୍ଗୀ ସ୍ପଷ୍ଟ କରିଛନ୍ତି। ଡିଜିପି କହିଛନ୍ତି, ଜୁନ ୩ ତାରିଖଠାରୁ ଆଶିଷ ସିଂ କାର୍ଯ୍ୟରେ ଯୋଗଦେଇଛନ୍ତି। ଗତ ୧୭ରେ ଡିଜିପି କ୍ୟାମ୍ପ ଅଫିସ ମିଟିଂରେ ବି ସାମିଲ ଥିଲେ। ସେ ତାଙ୍କର ଡ୍ୟୁଟି ଯୋଗଦାନ ରିପୋର୍ଟ ଏସଆଇଡବ୍ଲ୍ୟୁରେ ଦେଇଛନ୍ତି । ସମନ୍ୱୟ ଅଭାବରୁ ଚିଠିଟି ବୋଧହୁଏ ଗୃହ ବିଭାଗକୁ ଯାଇପାରିନାହିଁ । ଏବେ ଗୃହ ବିଭାଗକୁ ଏନେଇ ଅବଗତ କରାଯାଇଥିବା

ଡିଜିପି ଅରୁଣ ଷଡଙ୍ଗୀ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଲା ପରେ ଆଶିଷ ସିଂହ ବିବାଦରେ ରହି ଆସିଛନ୍ତି । ସେ ସିଧାସଳଖ ଶାସକ ଦଳ ପାଇଁ କାମ କରୁଥିବା ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଫଳରେ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ କେନ୍ଦ୍ରାଞ୍ଚାଳ ଆଇଜି ପଦରୁ ହଟାଯାଇଥିଲା । ତାଙ୍କୁ ନିର୍ବାଚନ ସଂକ୍ରାନ୍ତୀୟ ଦାୟିତ୍ୱ ନଦେବା ପାଇଁ କମିସନ କହିଥିଲେ। ଏହାପରେ ଆଶିଷ ସିଂହ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ରହିଥିଲେ । ତେବେ ମେ’ ୪ ତାରିଖରୁ ସ୍ୱାସ୍ଥ୍ୟଗତ କାରଣରୁ ସେ ମାସେ ଛୁଟିରେ ଯାଇଥିଲେ।

Leave a Reply

Your email address will not be published. Required fields are marked *