ଏକ ବଡ଼ ଅଘଟଣ ଅଳ୍ପକେ ଟଳି ଯାଇଛି
1 min read
ବାଲିପାଟଣା: କଥାରେ ଅଛି ରଖେ ହରି ମାରେ କିଏ। ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅଵସରରେ ଗାଁ ଠୁ ସହର ଚଳଚଞ୍ଚଳ ହୋଇ ଉଠିଛି | ବିଭିନ୍ନ ଦେବଦେବୀ ପୀଠରେ ଶ୍ରଦ୍ଧାଳୁ ଏବଂ ଭକ୍ତଙ୍କ ଭିଡ଼ ଲାଗିଛି | ଭଜନ , ସଂକୀର୍ତନ , ହରିନାମ ପ୍ରଭୃତି ଚାଲିଛି | ଆଧ୍ୟାତ୍ମିକ ପରିବେଶ ଭିତରେ ଏକ ବଡ଼ ଅଘଟଣ ଅଳ୍ପକେ ଟଳି ଯାଇଛି | ଡଙ୍ଗା ଆଣିବାକୁ ଯାଇ ଜଣେ ସାଢେ ୩ ବର୍ଷର ଶିଶୁପୁତ୍ର ପୋଖରୀ ବୁଡ଼ି ଯାଇଥିଲା | ପାଣି ପିଇ ପୋଖରୀ ମଝିରେ ଭାସୁଥିଲା | ସାଙ୍ଗରେ ଖେଳୁଥିଲା ଜଣେ ଅଢେଇ ବର୍ଷ ଶିଶୁ। ସେ ପାଟି କରି ଘର ଲୋକଙ୍କୁ ଡ଼ାକି ଦେଇଥିଲା | ଘର ଲୋକେ ପୋଖରୀ କୂଳକୁ ଦୌଡ଼ି ଯାଇଥିଲେ | ସେତେବେଳକୁ ଶିଶୁପୁତ୍ର ଗଭୀର ପାଣି ମଝିରେ ଭାସୁଥିଲା | ପାଣିରେ ପହଁରି ଉଦ୍ଧାର କରାଯାଇ ତାକୁ ୧୦୮ ଆମ୍ବୁଲାନ୍ସରେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା | ଅବସ୍ଥା ସଙ୍କଟାପନ୍ନ ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ପଠା ଦିଆ ଯାଇଛି | କ୍ୟାପିଟାଲ ହସ୍ପିଟାଲ ଶିଶୁ ବିଭାଗରେ ଶିଶୁର ଚିକିତ୍ସାଚାଲିଛି |


